ହ୍ରାସ ପାଇଲା ସୁନା ମୂଲ୍ୟ, ରୂପା ମଧ୍ୟ ହେଲା ଶସ୍ତା, ଜାଣନ୍ତୁ ଲାଟେଷ୍ଟ ଦାମ୍
ସୁନାର ଘରୋଇ ବଜାରରେ ମୂଲ୍ୟ ହ୍ରାସ ପାଇଛି। ରୂପାର ମଧ୍ୟ ଦର କମିଯାଇଛି।
ନୂଆଦିଲ୍ଲୀ: ସୁନାର ଘରୋଇ ବଜାର ମୂଲ୍ୟରେ ବୁଧବାର ସକାଳୁ ହ୍ରାସ ଦେଖିବାକୁ ମିଳିଛି। ଏମସିଏକ୍ସରେ ୪ ଏପ୍ରିଲ ୨୦୨୫ର ଡଲିଭରୀ ସୁନା ୦.୦୫ ପ୍ରତିଶତ ବା ୪୭ ଟଙ୍କା ହ୍ରାସ ପାଇ ୮୭ ହଜାର ୫୦୭ ଟଙ୍କାରେ ଟ୍ରେଣ୍ଡ କରୁଛି।
ସେହିପରି ୫ ଜୁନ ୨୦୨୫ର ଡେଲିଭରୀ ସୁନା ୧୦ ଗ୍ରାମ ପିଛା ୪୨ ଟଙ୍କା ହ୍ରାସ ପାଇ ୮୮ ହଜାର ୩୦୫ ଟଙ୍କାରେ ଟ୍ରେଣ୍ଡ କରିବା ଦେଖିବାକୁ ମିଳିଛି।
ଯଦି ଆମେ ରାଜ୍ୟ ବିଷୟରେ ଆଲୋଚନା କରିବା ତେବେ ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୮୧ ହଜାର ୯୫୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧୧୦ ଟଙ୍କା ବୃଦ୍ଧି ପାଇ ୮୯ ହଜାର ୪୦୦ ଟଙ୍କା ଟ୍ରେଣ୍ଡ କରୁଛି।
ରୂପା ମୂଲ୍ୟ: ଏମସିଏକ୍ସରେ ୫ ମେ ୨୦୨୫ର ଡେଲିଭରୀ ରୂପା ୦.୦୫ ପ୍ରତିଶତ ବା ୫୩ ଟଙ୍କା ହ୍ରାସ ପାଇ ୯୯ ହଜାର ୧୦୦ ଟଙ୍କା ପ୍ରତି କୋଲୋଗ୍ରାମ ପିଛା ଟ୍ରେଣ୍ଡ କରୁଛି। ସେହିପରି ଆଜି ରାଜ୍ୟରେ ରୂପା ଦର ଅପରିବର୍ତ୍ତିତ ରହି କିଲୋଗ୍ରାମ ପିଛା ୧,୧୧,୦୦୦ ଟଙ୍କା ରହିଛି।