ଭୁବନେଶ୍ୱର: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ ରହିବ କଲ୍ ସେଣ୍ଟର । ୧୦୮ ଆମ୍ବୁଲାନ୍ସ ଭଳି ରହିବ ଟୋଲ ଫ୍ରି ନମ୍ବର ।
ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିବା ସୂଚନା ।
ଏହି କଲ୍ ସେଣ୍ଟର ଦ୍ୱାରା ଶବକୁ ଘର କିମ୍ବା ଶ୍ମଶାନ ପର୍ଯ୍ୟନ୍ତ ନେବା ପାଇଁ ଗାଡ଼ି ସୁବିଧା ଯୋଗାଇବ ।
ସରକାରୀ ହସ୍ପିଟରାଲରେ ପ୍ରାଣ ହରାଇଲେ ଶବ ନବା ଆଣିବା କାମ କରିବ । ତେବେ ଶବ ପରିବହନ ପାଇଁ କି.ମି ପିଛା ଦର କେତେ ରହିବ ଆଲୋଚନା ହେବା ବାକି ରହିଛି ।
ଟୋଲ ଫ୍ରି ନମ୍ବର ଲାଗୁ ହେଲେ, ଶବ ବୋହିବାରେ ଘର ଲୋକଙ୍କୁ କୌଣସି ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ ।