fbpx

ମୂଲ୍ୟବୃଦ୍ଧିରୁ ମିଳିବନି ନିସ୍ତାର: ଟମାଟୋ ଦର ୩୦୦ ଛୁଇଁବା ସମ୍ଭାବନା

ନୂଆଦିଲ୍ଲୀ : ଦରବୃଦ୍ଧିକୁ ନେଇ ଖାଉଟୀମାନେ ତ୍ରାହିତ୍ରାହି ଡାକ ଛାଡୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଦରରେ ଅହେତୁକ ବୃଦ୍ଧି ଘଟୁଥିବାରୁ ଖାଉଟୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହି ଦରବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଚଳିତ ମାସରେ ଟମାଟୋ ଦର ୩୦୦ଟଙ୍କା ଛୁଇଁବ ବୋଳି ଆକଳନ କରାଯାଇଛି ।

ବ୍ୟବସାୟୀମାନେ ଏ ନେଇ ସୂଚନା ଦେଇଛନ୍ତି । ଏହାଛଡା ଚଳିତ ମାସରେ ଭେଣ୍ଡି, କଲରା, କ୍ୟାପ୍ସିକମ୍ ସହିତ ଅନ୍ୟାନ୍ୟ ସବୁଜ ପନିପରିବା ଦରରେ ମଧ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଏହି ଦର ବୃଦ୍ଧିର କାରଣ ପଛରେ ପ୍ରବଳ ବର୍ଷା ଓ ବନ୍ୟା ବୋଲି କୁହାଯାଉଛି । ବର୍ଷା ଯୋଗୁଁ ବହୁ ରାଜ୍ୟରେ ଟମାଟୋ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଛି । ସାରା ଦେଶରେ ଟମାଯୋ ଉତ୍ପାଦନ ହ୍ରାସ ପାଇଥିବା ବେଳେ ବଜାରଗୁଡିକୁ ଟମାଟୋ ଯୋଗାଣ ପ୍ରଭାବିତ ହୋଇଛି ।

ଗତ ଏକମାସରୁ ଅଧିକ ସମୟ ହେବ ଟମାଟୋର ଅହେତୁକ ଦର ବୃଦ୍ଧି ଗ୍ରାହକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଅଗଷ୍ଟ ମସାରେ ମୂଲ୍ୟ ବୃଦ୍ଧିରୁ ତ୍ରାହି ମିଳିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ବର୍ଷା ଓ ବନ୍ୟା ଯୋଗୁଁ ମଉଳି ଯାଇଛି । ହିମାଚଳ ପ୍ରଦେଶରେ ଭୀଷର ବର୍ଷା, ବନ୍ୟା ଓ ଭୂସ୍ଖଳନ ଲାଗି ରହିଥିବାରୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ପରିବା ବୋଝେଇ ଟ୍ରକ୍ଗୁଡିକ ଏହି କାରଣରୁ ଠିକ୍ସ ମୟରେ ବଜାରରେ ପହଞ୍ଚ ପାରୁନାହିଁ । ତେଣୁ ଟମାଟୋ ଦର ୩୦୦ ଛୁଇଁପାରେ ବୋଲି ଆଶା କରାଯାଉଛି । କେବଳ ଟମାଟୋ ନୁହେଁ ଅନ୍ୟ ପନିପରିବା ଦର ମଧ୍ୟ ଆକାଶ ଛୁଆଁ ହୋଇପାରେ । ଗତ ମାସକରୁ ଉଦ୍ଧ୍ୱର୍ ହେବ ଟମାଟୋ ଦର ୧୫୦ ରୁ ୨୦୦ଟଙ୍କାରେ ବିକ୍ରି ହେଉଛି ।

ଏଥିପୂର୍ବରୁ ଏହା କେଜି ପିଛା ୩୦ ରୁ ୪୦ଟଙ୍କାରେ ବିକ୍ରି ହେଉଥିଲା । ଦେଶର ଆଜାଦ୍ପୁର ମଣ୍ଡି ଏସିଆର ସର୍ବବୃହତ୍ତ ମଣ୍ଡି ହୋଇଥିବା ବେଳେ ଏଠାରେ ଉତ୍ତମ ମାନର ଟମୋଟ କେଜି ପିଛା ୨୨୦ଟଙ୍କାରେ ବିକ୍ରି ହେଉଛି । ଦକ୍ଷିଣ ଭାରତରେ ମଧ୍ୟ ବର୍ଷା ଯୋଗୁଁ ପନିପରିବା ଫସଲ ବ୍ୟାପକ କ୍ଷତି ହୋଇଛି । ଏଣୁ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଟମାଟୋ କେଜି ପିଛା ପାଇକାରୀ ବଜାରେ ୧୮୦ ଟଙ୍କାରୁ ୨୦୦ଟଙ୍କାରେ ବିକ୍ରି ହେଉଛି । ଏହା ଖାଉଟୀଙ୍କ ପାଇଁ କାଳ ପାଲଟିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.