fbpx

ସର୍ଭେରୁ ଖୁଲାସା : କୋଲେଷ୍ଟରଲକୁ ନିୟନ୍ତ୍ରଣ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ଟମାଟୋ

ଆମ ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଯଦି ଏଥିରେ ଅସନ୍ତୁଳନ ଦେଖିବାକୁ ମିଳେ, ତେବେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ କୋଲେଷ୍ଟରଲକୁ ସନ୍ତୁଳିତ ରଖିବାର ଏକ ସହଜ ତଥା ସରଳ ଉପାୟ ରହିଛି। ତାହା କ’ଣ ଜାଣନ୍ତି ? ଟମାଟୋ ଖାଇବା ଦ୍ୱାରା ଆମ ଶରୀରରେ କୋଲେଷ୍ଟରଲ ପରିମାଣ ନିୟନ୍ତ୍ରଣରେ ରହିଥାଏ ବୋଲି ୟୁନିଭର୍ସିଟି ଅଫ ସିଡ୍‌ନୀର ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି।

ଟମାଟୋରେ ‘ଲାଇକୋପେନ୍‌’ ନାମକ ଏକ ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ, ଜଣେ ହୃଦ୍‌ରୋଗୀ ଏହାକୁ ନିଜର ଖାଦ୍ୟ ତାଲିକାରେ ସାମିଲ କରିପାରିବେ।

ଯଦି ଆପଣ ପ୍ରତିଦିନ ଜଳଖିଆ ଖାଇବା ସମୟରେ ଗୋଟିଏ ଗ୍ଲାସ୍ ଟମାଟୋ ଜୁସ୍ ପିଉଛନ୍ତି, ତେବେ ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବେ ଏବଂ ଆପଣ ଦିନସାରା ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ।

Get real time updates directly on you device, subscribe now.