fbpx

ଆସନ୍ତାକାଲି ଭାରତବନ୍ଦ, ଓଡିଶାରେ ବି ରହିବ ପ୍ରଭାବ

ନୂଆଦିଲ୍ଲୀ, ୨୫ ।୨: ଫେବ୍ରୁଆରୀ ୨୬ ଅର୍ଥାତ୍ ଶୁକ୍ରବାର ଦିିନ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ ୟୁନିୟନ । ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଦେଶରେ ଥିବା ୪୦ ହଜାର ଟ୍ରେଡ୍ ଆସୋସିଏସନ ଏହି ବନ୍ଦ ଡାକରାରେ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ସେହିପରି ସର୍ବଭାରତୀୟ ପରିବହନ କଲ୍ୟାଣ ଆସୋସିଏସନ ମଧ୍ୟ ବନ୍ଦରେ ସାମିଲ ହେବ ।

ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଛି । ଏଥିପାଇଁ ଆସନ୍ତାକାଲି ରାଜ୍ୟରେ ଥିବା ୨୦ ଲକ୍ଷ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ଆସନ୍ତାକାଲି ଭାରତ ବନ୍ଦକୁ କଟକ ନଗର ବ୍ୟବସାୟୀ ମହାସଂଘର ସମର୍ଥନ କରିଛି । କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ଏନେଇ ବୈଠକ ହୋଇଥିଲା ଏଥିରେ ୨୬ ତାରିଖର ଦେଶବ୍ୟାପୀ ବ୍ୟବସାୟ ବନ୍ଦ ଡାକରାକୁ ସମର୍ଥନ କରିବାକୁ ମହାସଂଘ ନିଷ୍ପତ୍ତି ନେଇଛି ।

ତେବେ ଭାରତ ବନ୍ଦ ପ୍ରଭାବରେ ସାରା ଦେଶର ଚକାଜାମ ଅର୍ଥାତ୍ ଆସନ୍ତାକାଲି ଗାଡ଼ି ମୋଟର ମଧ୍ୟ ଚାଲିବ ନାହିଁ । ସେହିପରି ଦୋକାନ ବଜାର ମଧ୍ୟ ଖୋଲିବ ନାହିଁ ।  ଏହି ବନ୍ଦ ବେଳେ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ । କିନ୍ତୁ ଅତ୍ୟାବଶକୀୟ ସେବା ଚାଲୁ ରହିବ ।

Get real time updates directly on you device, subscribe now.