Breaking: କାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମୀନତି, ଇ-ମେଲ ଯୋଗେ ସମୟ ମାଗିଥିଲେ

ଭୁବନେଶ୍ୱର: ନବ ଦାସଙ୍କ ପତ୍ନୀଙ୍କୁ ସାକ୍ଷାତକାରର ସମୟ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଲି ଅପରାହ୍ନ ୫ଟାରେ ଭେଟିବାକୁ ସମୟ ଦେଲେ ମୁଖ୍ୟମନ୍ତ୍ରୀ ।

ଇମେଲରେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ ନବଙ୍କ ପତ୍ନୀ ମୀନତି ।

ଆଜି କ୍ରାଇମବ୍ରାଞ୍ଚ ନବଙ୍କ ଘରେ ପହଞ୍ଚି ସ୍ତ୍ରୀ, ପୁଅ ଓ ଝିଅଙ୍କୁ ୭ ଘଣ୍ଟା ଜେରା କରିଥିଲା । ଆଇନ ମନ୍ତ୍ରୀଙ୍କ ବୟାନ ଅନୁସାରେ ଆଜି ନବ ଦାସ ଅତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ ହୋଇଛି । ଯାହାକୁ ବିରୋଧି ଦଳ ସ୍ୱାଗତ କରିଛି ।

ନବ ଦାସଙ୍କ ପରିବାର କ’ଣ ଚାହୁଁଛନ୍ତି ତାହା କାଲି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲାପରେ ଜଣାପଡ଼ିବ ।