କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ମୁକାବିଲା, ଭାରତୀୟ ସମୟରେ ଅପରାହ୍ନ ୧.୩୦ରେ ମ୍ୟାଚ ଆରମ୍ଭ

ଓଡିଶା ଭାସ୍କର; ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା। ମୋହାଲିରେ ଭାରତ-ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ବୋଲି ସୂଚନା ରହିଛି । ଭାରତୀୟ ସମୟରେ ଅପରାହ୍ନ ୧.୩୦ରେ ଏହି ମ୍ୟାଚ ଆରମ୍ଭ ହେବ।

ସୂଚନା ଥାଉକି, ଚଳିତ ଥର ସିରିଜରେ ମୋଟ୍ ୩ଟି ମ୍ୟାଚ୍ ଖେଳାଯିବ । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏହି ସିରିଜର ପ୍ରଥମ ମ୍ୟାଚରେ ରହିବେ ନାହିଁ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେବେ। ଏହି ସମୟରେ ଭାରତୀୟ ଦଳର ପ୍ଲେ-୧୧କୁ ନେଇ କ୍ରମାଗତ ଚର୍ଚ୍ଚା ହେଉଛି। ଏହି ସିରିଜ ପାଇଁ ଭାରତ ଦୁଇଟି ଟିମ୍ ଘୋଷଣା କରିଛି । ଲୋକେଶ ରାହୁଲଙ୍କ ନେତୃତ୍ବରେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଉପଅଧିନାୟକ ରହିବେ ରବୀନ୍ଦ୍ର ଜାଡେଜା । ଦୁଇଟି ମ୍ୟାଚରୁ ରୋହିତ ଶର୍ମା, ବିରାଟ କୋହଲି, କୁଳଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପଟେ ଏଥର ସ୍କ୍ବାଡକୁ ଫେରିଛନ୍ତି ଭେଟରାନ ଅଫ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଋତୁରାଜ ଗାଏକୱାଡ୍ । ଋତୁରାଜଙ୍କ ସହ ଶୁଭମନ ଗିଲ୍ , ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଶାନ, ତୀଲକ ବର୍ମା ପ୍ରମୁଖ ବ୍ୟାଟିଂ ଭାର ସମ୍ଭାଳିବେ ।

ସେହିପରି ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର ଓ ସାର୍ଦ୍ଦୁଲ ଠାକୁର ଅଲରାଉଣ୍ଡର ଦାୟିତ୍ୱରେ ରହିବେ । ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ବୋଲିଂ ଭାର ସମ୍ଭାଳିବେ । ଏହିପରି ଭାବେ ରୋହିତ ଶର୍ମା ଶେଷ ଦିନିକିଆର ନେତୃତ୍ୱ ନେବେ ବୋଲି କୁହାଯାଇଛି । ବିଶ୍ୱ କପ୍ ଦଳରେ ସ୍ଥାନ ପାଇନଥିବା କିଛି ଖେଳାଳିଙ୍କୁ ପ୍ରସ୍ତୁତ କରି ରଖିବାକୁ ଚୟନ କମିଟି ଯୋଜନା କରିଛି । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଜରିଆରେ ବହୁ ଖେଳାଳି ନିଜକୁ ପ୍ରସ୍ତୁତ କରିବାର ସୁଯୋଗ ପାଇବେ । ବିଶ୍ୱକପ ପୂର୍ବରୁ ଏହି ସିରିଜ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତୀୟ ଦଳର କୋଚ୍‌ ରାହୁଲ ଦ୍ରାଭିଡ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସୁର୍ଯ୍ୟକୁମାର ଯାଦବଙ୍କ ଟି -୨୦ ରେକର୍ଡ ପ୍ରଶଂସନୀୟ, କିନ୍ତୁ ତାଙ୍କୁ ଦିନିକିଆ ଫର୍ମାଟରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଦିନିକିଆ ଫର୍ମାଟରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠିଛି, ତେବେ ଅଷ୍ଟ୍ରେଲିଆ ସିରିଜରେ ପ୍ଲେ-୧୧ରେ ସୁର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିବ କି ନାହିଁ ସେନେଇ ଚର୍ଚ୍ଚା ହେଉଛି।

ରାହୁଲ ଦ୍ରାବିଡ କହିଛନ୍ତି, ମୋତେ ପୂରା ଭରସା ଅଛି ସୁର୍ଯ୍ୟକୁମାର ଯାଦବ ମଧ୍ୟ ଦିନିକିଆ ଫର୍ମାଟରେ ଏକ ଭଲ ପ୍ରତ୍ୟାବର୍ତ୍ତନ କରିବେ। ଅଷ୍ଟ୍ରେଲିଆ ବିପକ୍ଷ ୩ ଟି ଦିନିକିଆ ସିରିଜର ପ୍ରଥମ ୨ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ପ୍ଲେ-୧୧ରେ ସୁଯୋଗ ମିଳିବ ବୋଲି ରାହୁଲ ସ୍ପଷ୍ଟ କରିଛନ୍ତି।