fbpx

SAME SEX MARRIAGEକୁ କେନ୍ଦ୍ରର ବିରୋଧ: କାଲି ସୁପ୍ରିମକୋର୍ଟ ଦେବେ ଗୁରୁତ୍ୱପୂର୍ଣ୍ଣ ରାୟ!

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ସାରା ଦେଶରେ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଛି । ଏ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଆସନ୍ତାକାଲି(ମଙ୍ଗଳବାର) ଏହାର ଶୁଣାଣି କରିବେ ମାନ୍ୟବର କୋର୍ଟ । ଏହା ମଧ୍ୟରେ ସମଲିଙ୍ଗୀ ବିବାହକୁ ନେଇ ହୋଇଥିବା ଆବଦେନର ସଠିକତା ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ସରକାର । ଏ ମାମଲା ଉପରେ ରାୟ ଦେବା ପୂର୍ବରୁ ଏଭଳି ପ୍ରସଙ୍ଗ ପ୍ରକୃତରେ ବିଚାର ଯୋଗ୍ୟ କି ନୁହେଁ, ସେ ନେଇ ଶୁଣାଣି କରାଯାଉ ବୋଲି ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର ।

ରବିବାର ଏହା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆବେଦନ କରା ଯାଇଛି । ଏଥିରେ କୁହାଯାଇଛି ଯେ, ଏଭଳି ପ୍ରସଙ୍ଗ ଏବଂ ନିଷ୍ପତ୍ତି ସାମାଜିକ ଗ୍ରହଣୀୟତା ଅପେକ୍ଷା ସହରର ଆଭିଜାତ୍ୟକୁ ଦର୍ଶାଉଛି । ସେହିପରି ପିଲାମାନଭ୍କ ଅଧିକାର ପାଇଁ କାର୍ଯ୍ୟରତ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାର ଆୟୋଗ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଜାତୀୟ ଶିଶୁ ଅଧିକାର ଆୟୋଗ ଏହାକୁ ବିରୋଧ କରୁଥିବା ବେଳେ ସମର୍ଥନରେ ଛିଡା ହୋଇଛନ୍ତି ଦିଲ୍ଲୀର ଶିଶୁ ଅଧିକାର ଆୟୋଗ । ତେବେ ସମଲିଭ୍ଗୀ ବିବାହକୁ ମାନ୍ୟତା ଦାବି କରି ଏପରି ସମ୍ପର୍କରେ ଥିବା ପ୍ରେମୀମାନଙ୍କୁ ନିଜ ପସନ୍ଦରେ ବିବହା ପାଇଁ ଅନୁମତି ଦେବା ଉଚିତ ବୋଲି କୁହାଯାଇଛି । ସେପଟେ କେନ୍ଦ୍ର ସରକାର ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ପରିବାରର ନିୟମକୁ ଜୋର ଦେଇ ଏହା ବିରୋଧରେ ଆଭିମୁଖ୍ୟ ଗ୍ରହଣ କରିଛି ।

ଏଭଳି ସମ୍ପର୍କରେ ପିଲାଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ପଡିଥାଏ । କିନ୍ତୁ ବିଦେଶୀ ଅଧ୍ୟନରୁ ଏହା ଜଣାପଡିଛି ଯେ, ଏମାନେ କୋଳକୁ ନେଇଥିବା ପିଲା ସାମାଜିକ ତଥା ମନୋବୈଜ୍ଞାନିକ କ୍ଷେତ୍ରରେ ପ୍ରଭାବିତ ହୋଇଥାଏ । ତେଣୁ ଏହାକୁ ପ୍ରଶ୍ରୟ ଦେବା ଏକ ବଡ ବିପଦ ହୋଇପାରେ ବୋଲି କହିଛନ୍ତି ଜାତୀୟ ଶିଶୁ ଅଧିକାର ଆୟୋଗ । ତେବେ ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟରେ ୫ ଜଣ ବିଚାରପତିଙ୍କୁ ନେଇଏକ ଖଣ୍ଡପୀଠ ଗଠନ କରାଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ ମଙ୍ଗଳବାର ମାମଲାର ଶୁଣାଣି କରିପାରନ୍ତି ।

Get real time updates directly on you device, subscribe now.