fbpx

ଆସନ୍ତାକାଲି ମହାପ୍ରଭୁଙ୍କ ତିନିଘଣ୍ଟା ଦର୍ଶନ ବନ୍ଦ, ଜାଣନ୍ତୁ ସମୟ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ନୀତି ରହିଛି। ଏହି ନୀତି ସମୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ତେବେ ଆସନ୍ତାକାଲି ଅର୍ଥାତ ୧୫ ସେପ୍ଟେମ୍ବର ରବିବାର ଦିନ ପୁରୀରେ ସାଧାରଣ ଦର୍ଶନ ବନ୍ଦ ରହିବ। କାଲି ମହାପ୍ରଭୁଙ୍କ ତିନିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି।

ସୂଚନାନୁଯାୟୀ, ସାଧାରଣତଃ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ୩ରୁ ୪ଘଣ୍ଟା ବନ୍ଦ ରହିଥାଏ। ସେହିପରି ଆସନ୍ତାକାଲି ମହାପ୍ରଭୁଙ୍କ ବାବନ ଜନ୍ମ ନୀତିକାନ୍ତି ଲାଗି ବନ୍ଦ ରହିବ ସାଧାରଣ ଦର୍ଶନ। ସଂଧ୍ୟା ୫ଟାରୁ ରାତିୁ ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ରହିଛି।

Get real time updates directly on you device, subscribe now.