fbpx

World Cup Final Match ଟିକେଟ ପାଇଁ ଠକାମିର ଶିକାର ହେଲେ ଯୁବତୀ: ଦେଇଦେଲେ ୫୬ ହଜାର

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପର ଶେଷ ମ୍ୟାଚ୍ ଆଜି ଆରମ୍ଭ ହୋଇସାରିଛି । ତେବେ ଏହି ମ୍ୟାଚ ପାଇଁ ପ୍ରଶଂସକମାନଙ୍କ ମଧ୍ୟରେ ଅନେକ ଦିନରୁ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ଫାଇନାଲ ମ୍ୟାଚ୍ ପାଇଁ ଟିକେଟ୍ ବୁକିଂ ଶେଷ ହୋଇ ସାରିବା ସତ୍ତ୍ୱେ ପ୍ରଶଂସକମାନେ କୌଣସି ପ୍ରକାରେ ଟିକେଟ ପାଇବା ପାଇଁ ଚେଷ୍ଟା ଜାରି ରହିଥିଲା।

ତେବେ ଏହାର ଫାଇଦା ଉଠାଇଛନ୍ତି ସ୍କାମରମାନେ । ଅନଲାଇନରେ ଟିକେଟ କିଣିବାକୁ ଯାଇ ଜଣେ ବ୍ୟକ୍ତି ଠକାମିର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି ।

ଅନଲାଇନରେ ଟିକେଟ କିଣିବା ଚକ୍କରରେ ଜଣେ ଯୁବତୀ ଏପରି ଠକାମିର ଶିକାର ହୋଇଥିବା ଦେଖିବାକୁ ମିଳିଛି। ସେ କରିଥିବା ଟ୍ୱିଟ ଅନୁଯାୟୀ, ଜଣେ ବ୍ୟକ୍ତି ଅନଲାଇନରେ ଟିକେଟ ବିକ୍ରି କରୁଥିଲେ । ତେବେ ଯୁବତୀ ଜଣଙ୍କ ଟିକେଟ ପାଇବା ଆଶାରେ ତାଙ୍କ ସହ କଥା ହୋଇଥିଲେ । ଟିକେଟ ଦେଇଥିବା ବ୍ୟକ୍ତି ପ୍ରଥମେ ଯୁବତୀଙ୍କୁ ଅନଲାଇନରେ ଟଙ୍କା ମାଗିଥିଲେ । ଯୁବତୀ ଜଣଙ୍କ ତାଙ୍କୁ ଟିକେଟ ପାଇଁ ୫୬ ହଜାର ଟଙ୍କା ପେମେଣ୍ଟ କରିଥିଲେ ।

କିନ୍ତୁ ପରେ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଟିକେଟଗୁଡିକ ନକଲି ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏବେ ଠକ ଜଣକ ଯୁବତୀଙ୍କ ନମ୍ବର ବ୍ଲକ କରି ଦେଇଥିବା କହିଛନ୍ତି ଯୁବତୀ । ଏହା ସହିତ ସେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେବା ସହ ଅନ୍ୟମାନଙ୍କୁ ଏ ଭଳି ଠକାମିରେ ନପଡ଼ିବା ପାଇଁ ସତର୍କ ରହିବାକୁ କହିଛନ୍ତି । ଏ ବାବଦରେ ଯୁବତୀ ଜଣଙ୍କ ସମ୍ପୂର୍ଣ୍ଣ ବିବରଣୀ ତାଙ୍କର X ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

Tickets Scam Online

Whatsapp chat Screenshot

ଉଲ୍ଲେଖଯୋଗ୍ୟ, ବିଶ୍ୱକପ୍ ୨୦୨୩ ର ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜାରି ରହିଛି । ଆଜିର ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି।

Get real time updates directly on you device, subscribe now.