fbpx

ଏମାନେ ହେଉଛନ୍ତି ବିଶ୍ୱର ଶକ୍ତିଶାଳୀ ଦମ୍ପତି, ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତ୍ୟେକ ମଣିଷ ସେମାନଙ୍କ ଜୀବନସାଥୀ ଭାବେ ଜଣେ ସର୍ବଗୁଣସମ୍ପନ୍ନଧାରୀଙ୍କୁ ବାଛିଥାନ୍ତି । ଉଭୟ ପୁରୁଷ ଓ ନାରୀ ବିବାହ ପରେ ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ପରସ୍ପର ସହ ରହିଥାନ୍ତି । ତେଣୁ କେବଳ ବ୍ୟକ୍ତିଗତ ନୁହେଁ ବରଂ ବୃତ୍ତିଗତ ଜୀବନରେ ମଧ୍ୟ ସହାୟତା କରିପାରୁଥିବା ପୁରୁଷ ଓ ନାରୀଙ୍କ ତଲାସରେ ଅଧିକାଂଶ ରହିଥାନ୍ତି । ଆମ ସମାଜରେ ଏପରି ଅନେକ ଦମ୍ପତି ରହିଛନ୍ତି ଯେଉଁମାନଙ୍କର ପ୍ରେମ, ବୁଝାମଣା, ପାରସ୍ପରିକ ସହଯୋଗ, ତ୍ୟାଗ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ଏହି ଦମ୍ପତି ସର୍ବଦା ସଫଳତାର ଶୀର୍ଷରେ ରହିବା ସହ ଏମାନେ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଫୋର୍ବସ୍ ମାଗାଜିନ ଦ୍ୱାରା ରାଙ୍କିଙ୍ଗ ପ୍ରାପ୍ତ ବିଶ୍ୱର ଶ୍ରେଷ୍ଠ ଦମ୍ପତିଙ୍କ ବିଷୟରେ ଆଲୋଚନା କରିବା ।

୧୦. ପାଟ୍ରିଜିଓ ବର୍ଟେଲି ଓ ମ୍ୟୁସିଆ ପ୍ରଦା

୬୪ ବର୍ଷୀୟା ଫ୍ୟାଶନ୍ କିମ୍ବଦନ୍ତୀ ମ୍ୟୁସିଆ ପ୍ରଦା ଓ ତାଙ୍କର ୬୭ ବର୍ଷୀୟା ସ୍ୱାମୀ ପାଟ୍ରିଜିଓ ବର୍ଟେଲିଙ୍କ ସହ ମିଶି ବିଳାସପୂର୍ଣ୍ଣ ସାମଗ୍ରୀ ଓ ପୋଷାକ ନିର୍ମାଣ କରୁଥିବା କମ୍ପାନୀ ପରିଚାଳନା କରୁଛନ୍ତି । ପ୍ରଦା ମୁଖ୍ୟ ଡିଜାଇନର ହୋଇଥିବା ବେଳେ ବର୍ଟେଲି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ୱରେ ରହିଛନ୍ତି । ଏହି ଦମ୍ପତିଙ୍କ ମୋଟ ସମ୍ପତିର ପରିମାଣ ୧ ଲକ୍ଷ ୪୦ ହଜାର କୋଟିରୁ ଅଧିକ ଅଟେ ।

୯. ଗେରାର୍ଡ ପିକ୍ୟୁ ଓ ଶାକିରା

କଲମ୍ବିଆରେ ଜନ୍ମଗ୍ରହଣ କରିଥିବା ପ୍ରସିଦ୍ଧ ଗାୟିକା ଶାକିରା ଓ ତାଙ୍କ ସ୍ୱାମୀ ମହାନ୍ ଫୁଟବଲ ଖେଳାଳି ମିଲାନ ପିକ୍ୟୁଙ୍କର ଗୋଟିଏ ସନ୍ତାନ ରହିଛି । ଶାସିରା ୟୁନିସେଫର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବା ସହ ନିକଟରେ ଏନବିସିର ‘ଦି ଭଏସ୍’ କାର୍ଯ୍ୟକ୍ରମରେ ଜଜ୍ ଦାୟିତ୍ୱ ତୁଲାଇଛନ୍ତି । ପିକ୍ୟୁ ଅନ୍ୟତମ ମୁଖ୍ୟ ଫୁଟବଳ ଦଳ ଏଫସି ବାର୍ସେଲୋନା ପକ୍ଷରୁ ଖେଳୁଛନ୍ତି ।

୮. ହିଲାରୀ ଓ ବିଲ୍ କ୍ଲିଣ୍ଟନ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଓ ପୂର୍ବତନ ସଚିବ ହିଲାରୀ ରୋଦ୍ଧାମ କ୍ଲିଣ୍ଟନ ବିଶ୍ୱର ଆଦର୍ଶ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ । ଏହି ଦମ୍ପତିଙ୍କ ମୋଟ ସମ୍ପତ୍ତିର ପରିମାଣ ୯୦୦ କୋଟିରୁ ଅଧିକ । ପୂର୍ବତନ ରାଷ୍ଟ୍ରପତି ବିଲ୍ ବିଶ୍ୱର ବିଭିନ୍ନ ସଂସ୍ଥାକୁ ଜନକଲ୍ୟାଣ ପାଇଁ ବାର୍ଷିକ ଶହ ଶହ କୋଟି ଦାନ କରିଥାନ୍ତି ।

୭. ମାରିସା ମେଇର ଓ ଜାଚାରି ବୋଗ

ସର୍ଚ୍ଚ ଇଞ୍ଜିନ୍ ୟାହୋର ସିଇଓ ଭାବେ ମାରିସା ମେଇର କାର୍ଯ୍ୟ କରୁଛନ୍ତି । ଏହି ଦମ୍ପତି ୨୦୦୯ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପୂର୍ବରୁ ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିବା ଜାଚାରି ବୋଗ ବଡ଼ ବଡ଼ ଷ୍ଟାଟଅପରେ ବିନିଯୋଗ କରନ୍ତି । ସିଲିକନ୍ ଭ୍ୟାଲି ଦ୍ୱାରା ଶ୍ରେଷ୍ଠ ଦମ୍ପତି ଭାବେ ବିବେଚିତ ହୋଇଥିବା ମେଇର ଓ ବୋଗଙ୍କର ଗୋଟିଏ ପୁତ୍ର ସନ୍ତାନ ରହିଛି ।

୬. ପୋର୍ଟିଆ ଡେ ରୋସି ଓ ଏଲେନ୍ ଡେଜେନେରେସ୍

ଟକ୍ ଶୋର ହୋଷ୍ଟ ତଥା ‘ଆରେଷ୍ଟଡ୍ ଡେଭେଲପମେଣ୍ଟ’ର ଅଭିନେତ୍ରୀ ଏଲେନ୍ ୨୦୦୮ ମସିହାରେ ପୋର୍ଟିଆଙ୍କୁ ବିବାହ କରିଥିଲେ । ପୋର୍ଟିଆ ଜଣେ ଅଷ୍ଟ୍ରେଲୀଅ-ଆମେରିକାନ୍ ବିଜିନେସ୍ ମହିଳା ଅଟନ୍ତି । ସେ ବର୍ତ୍ତମାନ ଜେନେରାଲ ପବ୍ଲିକ ନାମକ ଏକ ଆର୍ଟ କମ୍ପାନୀର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି ।

୫. ଇଭାନ୍ ସ୍ପାଇଜେଲ୍ ଓ ମିରାଣ୍ଡା କେର୍

ସ୍ନାପଚାଟର ସହପ୍ରତିଷ୍ଠାତା ତଥା ସିଇଓ ଇଭାନ ଆମେରିକାର ଜଣେ ଅନ୍ୟତମ ଧନୀବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୨୫ ହଜାର କୋଟିରୁ ଅଧିକ । ଇଭାନ୍ ଅଷ୍ଟ୍ରେଲିଆର ଜଣେ ସୁପର ମଡେଲ ମିରାଣ୍ଡା କେରଙ୍କୁ ବିବାହ କରିଛନ୍ତି । ମିରାଣ୍ଡାଙ୍କର ମୋଟ ସମ୍ପତ୍ତିର ପରିମାଣ ୩୦୦ କୋଟିରୁ ଅଧିକ ଅଟେ ।

୪. ମାର୍କ ଜୁକରବର୍ଗ ଓ ପ୍ରିଶ୍ଚିଲା ଚାନ୍

ଫେସବୁକର ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ମାତ୍ର ୨୩ ବର୍ଷ ବୟସରେ ୧୦୦ କୋଟିର ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ମାର୍କ ତାଙ୍କର ସହପାଠୀ ପ୍ରିଶ୍ଚିଲା ଚାନଙ୍କୁ ୨୦୧୨ ମସିହାରେ ବିବାହ କରିଥିଲେ । ଏହି ଦମ୍ପତି ଭଲ ମ୍ୟାରେଜ୍ କରିବା ସହ ସେମାନଙ୍କର ଦୁଇଟି କନ୍ୟା ରହିଛି । ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ଗବେଷଣା ଆଦି କାର୍ଯ୍ୟ ପାଇଁ ଏହି ଦମ୍ପତି ସହାୟତା ପ୍ରଦାନ କରୁଛନ୍ତି ।

୩. ସି ଜିନପିଙ୍ଗ ଓ ପେଙ୍ଗ ଲିୟୁଆନ୍

ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱିତୀୟ ପତ୍ନୀ ହେଉଛନ୍ତି ପେଙ୍ଗ ଲିୟୁଆନ୍ । ଚୀନର ଫାଷ୍ଟ ଲେଡି ପେଙ୍ଗ ଜଣେ ଗାୟିକା ଭାବେ ଜଣାଶୁଣା ଅଟନ୍ତି । ୧୯୭୧ ମସିହାରେ ଜିନପିଙ୍ଗ ଚୀନର ଯୁବ କମ୍ୟୁନିଷ୍ଟ ଲିଗରେ ଯୋଗଦେଇଥିଲେ । ୧୯୮୭ ମସିହା ସେପ୍ଟେମ୍ବର ୧ ତାରିଖରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ ।

୨. ଜେ-ଜେଡ୍ ଓ ବେଓନ୍ସ

ଦୁହେଁ ସଙ୍ଗୀତ କ୍ଷେତ୍ରରେ ଜଡ଼ିତ ଥିବାରୁ ଏହି ଦମ୍ପତିଙ୍କୁ ସଙ୍ଗୀତର ଯୋଡ଼ି ଆଖ୍ୟା ଦିଆଯାଏ । ୨୦୦୮ ମସିହାରେ ଜେ ଓ ବେଓନ୍ସ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଜେ ଏକାଧାରାରେ ଜଣେ ଗୀତ ଲେଖକ, ରାପର ହୋଇଥିବା ବେଳେ ମ୍ୟୁଜିକ ଓ କ୍ରୀଡ଼ା ଶିଳ୍ପରେ ଅନେକ ଅର୍ଥ ବିନିଯୋଗ କରିଛନ୍ତି । ଜୋଙ୍କର ମୋଟ ସମ୍ପତ୍ତିର ପରିମାଣ ୧୦ ହଜାର କୋଟିରୁ ଅଧିକ ଅଟେ । ବେଓନ୍ସ ୧୯୯୦ ଦଶକର ଶେଷ ଭାଗରେ ଜଣେ ପ୍ରସିଦ୍ଧ ଗାୟିକା ଭାବେ ସୁନାମ ଅର୍ଜନ କରିଥିଲେ।

୧. ମେଲିଣ୍ଡା ଗେଟ୍ସ ଓ ବିଲ୍ ଗେଟ୍ସ

ପ୍ରାୟ ୪ ଲକ୍ଷ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ବିଲ୍ ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ଦୁହେଁ ୧୯୯୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦମ୍ପତିଙ୍କ ୩ ଜଣ ସନ୍ତାନ ରହିଛନ୍ତି । ଦୁହେଁ ବିଲ୍ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ୍ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶର ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରକୁ କୋଟି କୋଟି ଟଙ୍କା ସହାହତା ପ୍ରଦାନ କରିଆସୁଛନ୍ତି । ତେବେ ନିକଟରେ ସେମାନଙ୍କ ବିଚ୍ଛେଦ ଘଟିଛି ଓ ପରସ୍ପରଠାରୁ ଅଲଗା ହୋଇସାରିଛନ୍ତି ।

Get real time updates directly on you device, subscribe now.