fbpx

ବିରାଟ ଓ ପ୍ରିୟଙ୍କା ହାଇଏଷ୍ଟ୍ ପେଡ୍ ଭାରତୀୟ ଇନଷ୍ଟା-ଷ୍ଟାର୍, ଗୋଟିଏ ପୋଷ୍ଟ ପାଇଁ ନିଅନ୍ତି ଏତିକି ଟଙ୍କା

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ହେଉଛି ବର୍ତ୍ତମାନର ସବୁଠାରୁ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ । ଏହି ପ୍ଲାଟଫର୍ମ ମାର୍କେଟିଂ କ୍ଷେତ୍ରରେ ଲୋକମାନଙ୍କୁ ବେଶ୍ ସହାୟ ହେଉଛି । ଫ୍ୟାଶନ୍ ଠାରୁ ଆରମ୍ଭ କରି ଶିକ୍ଷା, ଖାଦ୍ୟ, ଫିଟନେସ୍ ସବୁ କିଛିର ମାର୍କେଟିଂ କରିବା ଏବେ ଏଥିରେ ଖୁବ୍ ସହଜରେ ହୋଇପାରୁଛି । ଦେଶ ବିଦେଶର କୋଣ ଅନୁକୋଣରୁ ମହିଳା ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଯୋଡି ହୋଇଛନ୍ତି । ତେଣୁ ଏହା ଏବେ ଦିନକୁ ଦିନ ଆହୁରି ଲୋକପ୍ରିୟତା ସାଉଁଟିବାରେ ଲାଗିଛି । ଏଠାରେ ଲୋକମାନେ ନିଜ ବ୍ରାଣ୍ଡର ପ୍ରୋମୋସନ୍ ପାଇଁ ଅଧିକ ଅନୁଗାମୀ ଥିବା ବ୍ୟକ୍ତିତ୍ୱ ଯେପରିକି ସେଲିବ୍ରିଟି ମାନଙ୍କୁ ଚୟନ କରିଥାନ୍ତି । ଆଉ ଏହା ଦ୍ୱାରା ଉଭୟ ସେଲିବ୍ରିଟି ଏବଂ ବିଜନେସ୍ ଇନଭେଷ୍ଟର୍ସ ଦୁହିଁଙ୍କ ଲାଭ ହେଉଛି । ତେବେ ଏହିଭଳି ଭାବରେ କିଛି ଏମିତି ସେଲିବ୍ରିଟି ରହିଛନ୍ତି ଯେଉଁ ମାନେ କେବଳ ଇନଷ୍ଟାଗ୍ରାମରୁ ହିଁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।

ତେବେ ଆଜି ଆମେ ସେହିଭଳି କିଛି ସେଲିବ୍ରିଟିଙ୍କ ବିଷୟରେ ଜାଣିବା ଯେଉଁ ମାନେ ଇନଷ୍ଟାଗ୍ରାମରେ କେବଳ ଗୋଟିଏ ପୋଷ୍ଟ କରିବା ପାଇଁ ଏବଂ ବିଭିନ୍ନ ବ୍ରାଣ୍ଡ ପ୍ରୋମୋଟ୍ କରି କୋଟି କୋଟି ଟଙ୍କା କମାଉଛନ୍ତି । ସେଥିମଧ୍ୟରୁ ସବୁଠାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିତ୍ୱଙ୍କ ବିଷୟରେ ଜାଣିବା । ଏହି ତାଲିକାରେ ଖେଳାଳୀ ଠାରୁ ଆରମ୍ଭ କରି ଅଭିନେତା ଓ ଅଭିନେତ୍ରୀ ପର୍ଯ୍ୟନ୍ତ ରହିଛନ୍ତି ।

୧. କ୍ରିଷ୍ଟିଆନୋ ରୋନାଲ୍ଡୋ

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ କିଏ ବା ନଜାଣେ । ସେ ହେଉଛନ୍ତି ବିଶ୍ୱର ସବୁଠାରୁ ଲୋକପ୍ରିୟ ଫୁଟବଲ୍ ଖେଳାଳୀ । ତେବେ ରୋନାଲ୍ଡୋଙ୍କର ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ, ତାଙ୍କ ନାମ ହିଁ ହେଉଛି ଏକ ବ୍ରାଣ୍ଡ । ଜଣେ ପର୍ତ୍ତୁଗୀଜ୍ ଫୁଟବଲ୍ ଖେଳାଳୀ ଭାବରେ ସେ ବିଶ୍ୱରେ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି । ସେ ନିଜର ଏକ ଏପରି ପରିଚୟ ସୃଷ୍ଟି କରିଛନ୍ତି ଯାହା ତାଙ୍କୁ ସବୁ ସ୍ଫୋଟର୍ସ ବ୍ରାଣ୍ଡର ଡ୍ରିମ୍ ସେଲେବ୍ ରେ ପରିଣତ କରିଛି । ସେ ଇନଷ୍ଟାଗ୍ରାମରେ ଗୋଟିଏ ପ୍ରୋମୋସନାଲ୍ ପୋଷ୍ଟ ପାଇଁ ୧୧.୯୭ କୋଟି ଟଙ୍କା ନିଅନ୍ତି । ଆଉ ଏହି ପରି ଭାବରେ ସେ ଇନଷ୍ଟାଗ୍ରାମରୁ ସର୍ବାଧିକ ରୋଜଗାର କରୁଥିବା ସେଲିବ୍ରିଟି ହୋଇଯାଇଛନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ୩୦୮ ମିଲିୟନ୍ ଅନୁଗାମୀ ରହିଛନ୍ତି ।

 

View this post on Instagram

 

A post shared by Cristiano Ronaldo (@cristiano)

୨. ଡ୍ୱେନ୍ ଜନସନ୍(ଦ ରକ୍)

ପୂର୍ବତନ ଡଡଋ ସୁପରଷ୍ଟାର୍ ତଥା ଏବେକାର ଫେମସ୍ ହଲିଉଡ୍ ସୁପରଷ୍ଟାର୍ ୩୬ ବର୍ଷିୟ ଡ୍ୱେନ୍ ଜନସନ୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୨୫୦ ମିଲିୟନ୍ ଅନୁଗାମୀ ରହିଥିବା ବେଳେ ଏଥିରୁ ସେ ମୋଟା ଅଙ୍କର ଟଙ୍କା କମାନ୍ତି । ଗୋଟିଏ ପ୍ରୋମୋସନାଲ୍ ପୋଷ୍ଟ ପାଇଁ ସେ ୧୧.୩ କୋଟି ଟଙ୍କା ନିଅନ୍ତି । ଇନଷ୍ଟାଗ୍ରାମରୁ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଥିବା ପର୍ସିନାଲିଟି ମଧ୍ୟରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

 

View this post on Instagram

 

A post shared by therock (@therock)

୩. ଆରିୟାନା ଗ୍ରାଣ୍ଡେ

ଲୋକପ୍ରିୟ ଆମେରିକାନ୍ ଗାୟିକା ଆରିୟାନା ଗ୍ରାଣ୍ଡେ ଇନଷ୍ଟାଗ୍ରାମ ସର୍ବାଧିକ ରୋଜଗାର କରୁଥିବା ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ଇନଷ୍ଟାଗ୍ରାରେ ତାଙ୍କର ୨୪୮ ମିଲିୟନ୍ ଅନୁଗାମୀ ରହିଥିବା ବେଳେ ସେ ଏଥିରୁ ୧୧.୨ କୋଟି ଟଙ୍କା କମାନ୍ତି । ଗୋଟିଏ ଗୋଟିଏ ପ୍ରୋମୋସନାଲ୍ ପୋଷ୍ଟ ପାଇଁ ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଆରିୟାନା ବିଶେଷ କରି ବିୟୁଟି ବ୍ରାଣ୍ଡ ସବୁକୁ ପ୍ରୋମୋଟ୍ କରୁଥିବା ନଜର ଆସନ୍ତି ।

 

View this post on Instagram

 

A post shared by Ariana Grande (@arianagrande)

୪. କାଇଲି ଜେନର୍

ଇନଷ୍ଟାଗ୍ରାମରୁ ସର୍ବାଧିକ ରୋଜଗାର କରୁଥିବା ପର୍ସିନାଲିଟିଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି କାଇଲି ଜେନର୍ । ସେ ଜଣେ ଆମେରିକାନ୍ ମଡେଲ୍ ହୋଇଥିବା ବେଳେ ଇନଷ୍ଟାଗ୍ରାମରେ ତାଙ୍କର ୨୪୫ ମିଲିୟନ୍ ଅନୁଗାମୀ ରହିଛନ୍ତି । କାଇଲି କସମେଟିକ୍ସ୍ ର ସେ ହେଉଛନ୍ତି ମୁଖ୍ୟ । ବିଶେଷ କରି ବିୟୁଟି ବ୍ରାଣ୍ଡ ପ୍ରୋମୋଟ୍ କରନ୍ତି କାଇଲି । ଇନଷ୍ଟାଗ୍ରାମରୁ ସେ ୧୧.୧ କୋଟି ଟଙ୍କା କମାନ୍ତି ।

 

View this post on Instagram

 

A post shared by Kylie ? (@kyliejenner)

୫. ସେଲେନା ଗୋମେଜ୍

ସଲିନା ଗୋମେଜ୍ ହେଉଛନ୍ତି ଜଣେ ସ୍ପାନିସ୍ ସିଙ୍ଗର୍ ତଥା ଅଭିନେତ୍ରୀ ମଧ୍ୟ । ବିଶ୍ୱର କୋଣ ଅନୁକୋଣରେ ନିଜର ଷ୍ଟାଇଲିସ୍ ଭଏସ୍ ଦ୍ୱାରା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇନଷ୍ଟାଗ୍ରାରେ ତାଙ୍କର ୨୪୧ ମିଲିୟନ୍ ଅନୁଗାମୀ ଥିବା ବେଳେ ଏଥିରୁ ସେ ୧୦.୪୬ କୋଟି ଟଙ୍କା ରୋଜଗାର କରନ୍ତି ।

 

View this post on Instagram

 

A post shared by Selena Gomez (@selenagomez)

୬. କିମ୍ କାର୍ଦଶିଆନ୍

କିମ୍ କାର୍ଦଶିଆନ୍ ହେଉଛନ୍ତି ଜଣେ ବିୟୁଟ୍ ଇନଫ୍ଲୁଏନସର୍ । ବିୟୁଟି ବ୍ରାଣ୍ଡ ପ୍ରୋମୋଟ୍ କରିବାରେ ସେ ନଜର ଆସିଥାନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୨୩୨ ମିଲିୟନ୍ ଅନୁଗାମୀ ଥିବା ବେଳେ ସେ ଏଥିରୁ ୧୦.୫୩ କୋଟି ଟଙ୍କା ରୋଜଗାର କରନ୍ତି ।

 

View this post on Instagram

 

A post shared by Kim Kardashian West (@kimkardashian)

୭. ଲିଓନେଲ୍ ମେସି

ଲିଓନେଲ୍ ମେସିଙ୍କୁ ତ ଆପଣ ମାନେ ଜାଣିଥିବେ । ଆର୍ଜେଣ୍ଟିନାର ଲୋକପ୍ରିୟ ଫୁଟବଲ୍ ଖେଳାଳୀ ଭାବେ ସେ ବିଶ୍ୱରେ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି । ସେ ଆର୍ଜେଣ୍ଟିନାର ନ୍ୟାସନାଲ୍ ଟିମ୍ ପାଇଁ ଖେଳିବା ସହିତ ବାର୍ସେଲୋନା ସ୍ପାନିଶ୍ କ୍ଲବ୍ ପାଇଁ ମଧ୍ୟ ଖେଳନ୍ତି । ତେବେ ନିଜର ଲୋକପ୍ରିୟତା ପାଇଁ ସେ ଜଣେ ଡ୍ରିମ୍ ବ୍ରାଣ୍ଡ ପ୍ରୋମୋଟର୍ ହୋଇପାରିଛନ୍ତି । ସେ କେବଳ ସ୍ପୋର୍ଟସ୍ ବ୍ରାଣ୍ଡ କରନ୍ତି ନାହିଁ ବରଂ ବିଭିନ୍ନ ଖାଦ୍ୟ ବ୍ରାଣ୍ଡ ସହିତ ମଧ୍ୟ ଯୋଡି ହୋଇଛନ୍ତି । ଯେପରିକି ଚିପସ୍ ବ୍ରାଣ୍ଡ୍ ଲେଜ୍(Lay’s) । ଇନଷ୍ଟାଗ୍ରାମରେ ତାଙ୍କର ୨୨୪ ମିଲିୟନ୍ ଫଲୋୟର୍ସ ଥିବା ବେଳେ କୌଣସି ଏକ ବ୍ରାଣ୍ଡ ପ୍ରୋମୋସନ୍ ପାଇଁ ସେ ୮.୭୪ କୋଟି ଟଙ୍କା ନିଅନ୍ତି ।

 

 

View this post on Instagram

 

A post shared by Leo Messi (@leomessi)

୮. ବିୟୋନ୍ସେ ନୋୟେଲ୍ସ

ବିୟୋନ୍ସେ ନୋୟେଲ୍ସ ହେଉଛନ୍ତି ଫେମସ୍ ଆମେରିକାନ୍ ସିଙ୍ଗର୍ ତଥା ଅଭିନେତ୍ରୀ ମଧ୍ୟ । ନିକଟରେ ସେ ଏକ ଫେମସ୍ ବ୍ରାଣ୍ଡର ପ୍ରୋମୋସନ୍ ରେ ନଜର ଆସିଥିଲେ । ତାହା ହେଉଛି “Destiny’s Child” । ଖାଲି ସେତିକି ନୁହେଁ ନେଟଫ୍ଲିକ୍ସରେ ତାଙ୍କର ଏକ ଫିଲ୍ମ ଲଞ୍ଜ ମଧ୍ୟ ହୋଇଥିଲା ଯାହାର ପ୍ରୋମେସନ୍ ସେ ନିଜର ଇନଷ୍ଟାଗ୍ରାମରେ କରିଥିଲେ । ଇନଷ୍ଟାଗ୍ରାମରେ ବିୟୋନ୍ସେଙ୍କର ୧୯୦ ମିଲିୟନ୍ ଫଲୋୟର୍ସ ଥିବା ବେଳେ ଏଥିରେ ସେ ଗୋଟିଏ ବ୍ରାଣ୍ଡର ପ୍ରୋମୋଟ୍ କରିବା ପାଇଁ ୮.୫୧ କୋଟି ଟଙ୍କା ନିଅନ୍ତି ।

 

View this post on Instagram

 

A post shared by Beyoncé (@beyonce)

୯. ବିରାଟ କୋହଲି

ଟପ୍ ୩୦ ଇନଷ୍ଟାଗ୍ରାମ ରିଚ୍ ଲିଷ୍ଟରେ ଦୁଇଜଣ ମାତ୍ର ଇଣ୍ଡିଆନ୍ ସେଲିବ୍ରିଟି ରହିଛନ୍ତି । ସେମାନେ ହେଉଛନ୍ତି ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଯଦି ବିରାଟ କୋହଲିଙ୍କ କଥା କହିବା ତେବେ ସେ ହେଉଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ର କ୍ୟାପଟେନ୍ । ଦେଶ ବିଦେଶରେ ତାଙ୍କର ଫ୍ୟାନ୍ ମାନେ ରହିଥିବା ବେଳେ ଇନଷ୍ଟାଗ୍ରାମରେ ରହିଛନ୍ତି ୧୩୨ ମିଲିୟନ୍ ଫଲୋୟର୍ସ । ଇନଷ୍ଟାଗ୍ରାମରେ ଗୋଟିଏ ପ୍ରୋମୋସନାଲ୍ ପୋଷ୍ଟ ପାଇଁ ସେ ପ୍ରାୟ ୫ କୋଟି ଟଙ୍କା ନିଅନ୍ତି । ତେବେ ଏହି ତାଲିକାରେ ସେ ୨୩ ନମ୍ବରରେ ରହିଛନ୍ତି ।

 

View this post on Instagram

 

A post shared by Virat Kohli (@virat.kohli)

୧୦. ପ୍ରିୟଙ୍କା ଚୋପ୍ରା

ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଜଣେ ଇଣ୍ଟରନ୍ୟାସନାଲ୍ ସେଲିବ୍ରିଟି ହୋଇଯାଇଛନ୍ତି । ହଲିଉଡ୍ ରେ ଏବେ ସେ ଜଣେ ଜଣାଶୁଣା ନାଁ ଭାବରେ ଗଣାଯାଉଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୬୫ ମିଲିୟନ୍ ଫଲୋୟର୍ସ ରହିଛନ୍ତି । ତେବେ ଇନଷ୍ଟାଗ୍ରାମରେ ଗୋଟିଏ ପ୍ରୋମୋସନାଲ୍ ପୋଷ୍ଟ ପାଇଁ ସେ ୩ କୋଟି ଟଙ୍କା ନିଅନ୍ତି ।

Get real time updates directly on you device, subscribe now.