fbpx

ନାବାଳିକାଙ୍କ ଗାଲ ଛୁଇଁବା ନୁହେଁ ଯୌନ ଶୋଷଣ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ନାବାଳିକାଙ୍କ ଯୌନ ଶୋଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ନାବାଳିକାଙ୍କ ଗାଲ ଛୁଇଁବାକୁ ଯୌନ ଶୋଷଣ ପରିଭୁକ୍ତ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଜୁଲାଇ ୨୦୨୦ରୁ ଜେଲରେ ରହିଥିବା ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ଅବସରରେ ଜଷ୍ଟିସ ସନ୍ଦୀପ କେ ସିନ୍ଦେ ଏହା କହିଛନ୍ତି । ଯୌନାକାଂକ୍ଷା ନ ରଖି ଗାଲ ଛୁଇଁବାକୁ ଯୌନ ଶୋଷଣ ଭାବରେ ବିବେଚନା କରାଯିବ ନାହିଁ । ପୋକ୍ସୋ ଆକ୍ଟର ଧାରା ୭ ଅନୁଯାୟୀ ଏହାକୁ ଯୌନ ଶୋଷଣ ଭାବରେ ବିବେଚନା କରାଯାଇଥାଏ ।

୪୬ ବର୍ଷୀୟ ଅଭିଯୁକ୍ତ ଜଣକ ଜୁଲାଇ ମାସରୁ ଜେଲରେ ରହିଥିଲେ । ୭ବର୍ଷୀୟା ଶିଶୁଟିର ମା’ଙ୍କ ଅଭିଯୋଗ ଆଧାରରେ ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଥିଲା । ପୋକ୍ସୋ ଆଇନର ଧାରା ୭ ଅନୁଯାୟୀ କୌଣସି ନାବାଳିକାଙ୍କ ପ୍ରାଇଭେଟ ପାର୍ଟକୁ ଛୁଇଁବାକୁ ଯୌନ ଶୋଷଣ ଭାବରେ ବିବେଚନା କରାଯାଇଥାଏ । ପ୍ରାରମ୍ଭିକ ତଦନ୍ତରୁ ବ୍ୟକ୍ତି ଜଣଙ୍କର ଯୌନାକା„ା ରହିଥିବା ପରି ଲାଗୁ ନଥିବାରୁ ଜାମିନ ପ୍ରଦାନ କରିଥିଲେ ଜଷ୍ଟିସ ସିନ୍ଦେ । ଅଭିଯୁକ୍ତଙ୍କ ଓକିଲ ଏହାକୁ ଏକ ବ୍ୟବସାୟିକ ଝଗଡାର ମାମଲା ଭାବରେ ଅଭିହିତ କରିଥିଲେ । ଏହି ମାମଲାର ରାୟକୁ ଭବିଷ୍ୟତର ମାମଲା ଗୁଡିକରେ ଉଦାହରଣ ଭାବରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଜଷ୍ଟିସ ସିନ୍ଦେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.