ପୁରୀ ବୁଲିବାକୁ ହାଇଦ୍ରାବାଦରୁ ଆସିଥିଲେ ପର୍ଯ୍ୟଟକ, ଭାସିଗଲେ ସମୁଦ୍ରରେ

ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ

ପୁରୀ: ସମୁଦ୍ରରେ ପର୍ଯ୍ୟଟକ ଭାସି ନିଖୋଜ ଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପୁରୀ ସମୁଦ୍ରରେ ଗାଧାଉଥିବା ବେଳେ ସମୁଦ୍ରରେ ଭାସିଯାଇଛନ୍ତି। ସୂଚନା ମୁତାବକ, ନିଖୋଜ ଥିବା ଯୁବକ ହାଇଦ୍ରାବାଦ ଅଞ୍ଚଳର ବିକାଶ ଚନ୍ଦେ।

ପର୍ଯ୍ୟଟକ ଭାସିଯିବା ପରେ ସଙ୍ଗେ ସଙ୍ଗେ ଲାଇଫ ଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏମିତି ଘଟଣା ପୂର୍ବରୁ ବି ଘଟିଛି।

ଏହି ଅଗଷ୍ଟ ମାସ 9 ତାରିଖ 2022 ମସିହାରେ ଏମିତି ଏକ ଘଟଣା ଘଟିଥିଲା। ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇଥିଲେ ୩ ଜଣ ପର୍ଯ୍ୟଟକ। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ମୃତ ଯୁବତୀ ଜଣକ ଛତିଶଗଡ ରାୟଗଡ ଅଞ୍ଚଳର ମିନାକ୍ଷୀ ନାୟକ। ସୂଚନାଯୋଗ୍ୟ, ସମୁଦ୍ର କୂଳ ସେକ୍ଟର ୧ ନମ୍ବରରେ ମିନାକ୍ଷୀ ତାଙ୍କର ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଇବାବେଳେ ଗଭୀର ସମୁଦ୍ରରେ ଭାସି ଯାଇଥିଲେ।

ସେଠାରେ ଉପସ୍ଥିତ ଥିବା ଲାଇଫ୍‌ ଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀ ବହୁତ ଖୋଜାଖୋଜି କରିବା ପରେ ବ୍ଲୁଫ୍ଲାଗ୍‌ ସମୁଦ୍ରରୁ ତାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ମିନାକ୍ଷୀଙ୍କୁ ମୃତ ଘୋଷଣା କରିଥିଲେ।