ଇକୋ ରିସର୍ଟରେ ଅଘଟଣ, ସୁଇମିଂ ପୁଲରେ ବୁଡ଼ି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ
ସୁଇମିଂ ପୁଲରୁ ପର୍ଯ୍ୟଟକଙ୍କ ମୃତ ଦେହ ଉଦ୍ଧାର । ସହର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମ୍ଂ ପୁଲରେ ଅଘଟଣ ।
ଢେଙ୍କାନାଳ: ସୁଇମିଂ ପୁଲରୁ ପର୍ଯ୍ୟଟକଙ୍କ ମୃତ ଦେହ ଉଦ୍ଧାର । ସହର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମ୍ଂ ପୁଲରେ ଅଘଟଣ । ଆଠଗଡ଼ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ଜଣକ ଉତ୍ତରାଖଣ୍ଡର ବୋଲି ସୂଚନା ମିଳିଛି ।
ତେବେ ଆଜି ସକାଳ ପ୍ରାୟ ୫ଟାରେ, ସତ୍ୟ ନାରାୟଣ ଇକୋ ରିସର୍ଟର ସୁଇମିଂ ପୁଲରୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଢେଙ୍କାନାଳ ଅଗ୍ନିଶମ ସେବା କର୍ମଚାରୀ ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ପରେ ତାଙ୍କର ମୃତଦେହକୁ ଆଠଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ମୃତକଙ୍କ ପରିଚୟ ମିଳିଛି। ସେ ଉତ୍ତରାଖଣ୍ଡର ତେଜସ ଆହୁଜା ଓ ତାଙ୍କର ବୟସ ୨୩ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ସେ ପିକନିକ୍ ପାଇଁ ଓଡ଼ିଶା ଆସିଥିଲେ।