fbpx

ନନ୍ଦନ କାନନରେ ପର୍ଯ୍ୟଟକ ହଟହଟା: ଜଙ୍ଗଲ ମଝିରେ ଅଟକିଲା ଟୟ ଟ୍ରେନ

ଭୁବନେଶ୍ୱର: ପୁଣି ଅଧାରେ ଅଟକିଲା ନନ୍ଦନକାନନ ଟୟ ଟ୍ରେନ୍ । ଚାଲୁଥିବା ବେଳେ ଅଧାରାସ୍ତାରେ ଜଙ୍ଗଲ ମଝିରେ ଅଚଳ ହେଲା ନନ୍ଦନ କାନନ ଟୟ ଟ୍ରେନ୍ । ଅଧାରାସ୍ତାରେ ଟ୍ରେନ୍ ଅଚଳ ହେବାରୁ ହଟହଟା ହେଲେ ୬୦ ପର୍ଯ୍ୟଟକ । ବ୍ୟାଟେରୀ ଚାଳିତ ଗାଡ଼ିରେ ଉଦ୍ଧାର କରାଯାଇଥିବା ନେଇ ସୂଚନା । ପୂର୍ବରୁ ଏହି ଟୟ ଟ୍ରେନରେ ନିଆଁ ଲାଗିଯିବା କାରଣରୁ ପ୍ରାୟ ଏକ ମାସ ଧରି ବନ୍ଧ ରହିଥିବାବେଳେ କାଲିଠାରୁ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା । ଦୈନିକ ୬ ଥର ଚାଲିବା ନେଇ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିଲେ । ବୁଧବାର ଶେଷ ଟ୍ରିପ୍ ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ପୁଣି ଅଧାରେ ଅଟକିଲା ଟୟ ଟ୍ରେନ ।

Get real time updates directly on you device, subscribe now.