ଥରେ ଚାର୍ଜ ହେଲେ ଯିବ ୫୦୦ କିମି; ଟୟୋଟାର EV ସ୍ପୋର୍ଟସ କାର୍

ନୂଆଦିଲ୍ଳୀ: କାର ନିର୍ମାଣକାରୀ କମ୍ପାନୀ ଟୟୋଟା ପକ୍ଷରୁ ଏହାର ପ୍ରଥମ ବୈଦ୍ୟୁତିକ ଯାନ ନିର୍ମାଣ କରାଯାଇଛି । ଟୟୋଟା ପକ୍ଷରୁ ଏହା ପ୍ରଥମ ବ୍ୟାଟେରୀ ଚାଳିତ କାର ହୋଇଥିବା ବେଳେ ଏକ ସୋଲାର ପ୍ୟାନେଲ ରହିଛି । ନିର୍ମାଣଧୀନ ଅବସ୍ଥାରେ ରହିଥିବା କାରଟି ଏସୟୁଭି ଶ୍ରେଣୀର ରହିଥିବା ବେଳେ ୨୦୨୫ ସୁଦ୍ଧା ଏହା ବଜାର ପ୍ରବେଶ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି କାରଟିର ନାମ ବି ଜେ୪ଏକ୍ସ ରଖାଯାଇଛି ।

ଏହି କାରରେ ୭୧.୪ କିଲୋୱାଟର ବ୍ୟାଟେରୀ ରହିଥିବା ବେଳେ ଥରେ ଚାର୍ଜ ହେଲେ ଏହା ୩୧୦ ମାଇଲ ବା ୫୦୦ କିମି ଯାତ୍ରା କରିବ । ଏହା ସହିତ ଏହି କାରଟି ମାତ୍ର ୮.୪ ସେକେଣ୍ଡରେ ୦-୧୦୦ କିମିର ବେଗ ହାସଲ କରିପାରିବ । ୧୫୦ କିଲୋୱାଟର ଫାଷ୍ଟ ଚାର୍ଜର ରହିଥିବା ବେଳେ ମାତ୍ର ୩୦ ମିନିଟରେ ଏହ ୮୦ ପ୍ରତିଶତ ଚାର୍ଜ କରିବାରେ ସକ୍ଷମ ହେବ । ଏହି କାରରେ ବ୍ୟବହୃତ ହୋଇଥିବା ସୋଲାର ରୁଫ୍ ୧୧୨୦ ମାଇଲର ବିଦ୍ୟୁତ ଉତ୍ପାଦନ କରିବାରେ ସମର୍ଥ ।