ମାଘ ପୂର୍ଣ୍ଣିମା ସ୍ନାନ ପାଇଁ ଟ୍ରାଫିକ୍ ନିୟମ ଜାରି, ଜାଣନ୍ତୁ କେତେ ପ୍ରସ୍ତୁତ ଯୋଗୀ ସରକାର

ମହାକୁମ୍ଭରେ ମାଘ ପୂର୍ଣ୍ଣିମା ଦିନ ହେବାକୁ ଥିବା ଅମୃତ ସ୍ନାନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ସହରର ୩୬ଟି ସ୍ଥାନରେ ରହିଛି ପାର୍କିଂ ସୁବିଧା ।

ପ୍ରୟାଗରାଜ: ମାଘ ପୂର୍ଣ୍ଣିମା ଦିନ ବୁଡ଼ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁସନ୍ଥ । ଏଥିପାଇଁ ରାଜ୍ୟ ପୋଲିସ ପ୍ରସାସନ ପକ୍ଷରୁ ବ୍ୟାପକ ଟ୍ରାଫିକ୍ ପ୍ରସ୍ତୁତି କରାଯାଇଛି ।
ପ୍ରାୟ ୩୬ ସ୍ଥାନରେ ପାର୍କିଂ ସୁବିଧା ମଧ୍ୟ କରାଯାଇଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଘ ପୂର୍ଣ୍ଣିମା ଦିନ ହେବାକୁ ଥିବା ପବିତ୍ର ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଟ୍ରାଫିକ୍ ଡାଇଭର୍ସନ ସହ ପାର୍କିଂ ସୁବିଧାକୁ ନେଇ ସମୀକ୍ଷା କରାଯିବା ସହ ଅନେକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଥିଲେ ।

ସ୍ଥାନୀୟ ପ୍ରଶାସନ ଅନୁଯାୟୀ ୧୦ ଫେବୃଆରୀରୁ ୧୩ ଫେବୃଆରୀ ସକାଳ ୮ଟା ପର୍ଯ୍ୟନ୍ତ ମେଳା ଅଞ୍ଚଳରେ ଯାନବାହନ ଚଳାଚଳ ନିଷେଧ ରହିବ । ଶ୍ରଦ୍ଧାଳୁମାନେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ସେମାନଙ୍କ ଗାଡ଼ି ରଖିପାରିବେ ।

ତେବେ ଆସନ୍ତୁ ଜାଣିବା କେଉଁ ଅଞ୍ଚଳରୁ ଆସୁଥିବା ବାହନ କେଉଁଠି ପାର୍କିଂ ସୁବିଧା ରହିଛି ।

ଜୋନପୁରରୁ ଆସୁଥିବା ବାହନ:
– ଚିନି କଳ ପାର୍କିଂ
– ପୁରେ ସୁରଦାସ ପାର୍କିଂ ଗାରାପୁର ରୋଡ୍
– ସମୟାମୟୀ ମନ୍ଦିର କଚ୍ଛାର ପାର୍କିଂ
– ବଦରା ସୋନୋଟି ରହିମାପୁର ମାର୍ଗ ଉତ୍ତର/ଦକ୍ଷିଣ ପାର୍କିଂ

ବାରାଣାସୀରୁ ଆସୁଥିବା ବାହନ:

– ମହୁଆ ବାଗ୍ ଥାନା ଝୁସି ପାର୍କିଂ(ଆଖଡ଼ା ପାର୍କିଂ)
ସରସ୍ୱତୀ ପାର୍କିଂ ଝୁସି ରେଳ ଷ୍ଟେସନ୍
– ନାଗେଶ୍ୱର ମନ୍ଦିର ପାର୍କିଂ
– ଜ୍ଞାନ ଗଙ୍ଗା ଘାଟ୍ ଛତନାଗ୍ ପାର୍କିଂ
– ଶିବ ମନ୍ଦିର ଉସ୍ତାପୁର ମହମୁଦାବାଦ୍ ପାର୍କିଂ

ମିର୍ଜାପୁରରୁ ଆସୁଥିବା ବାହନ:

– ଦେବରଖ ଉପରହାର ପାର୍କିଂ ଉତ୍ତର/ ଦକ୍ଷିଣ
– ଟେଣ୍ଟ୍ ସିଟି ପାର୍କିଂ
– ଓମେଙ୍କସ ସିଟି ପାର୍କିଂ
– ଗଜିଆ ପାର୍କିଂ ଉତ୍ତର/ ଦକ୍ଷିଣ

ଲକ୍ଷ୍ନୌ- ପ୍ରତାପଗଡ଼ରୁ ଆସୁଥିବା ବାହନ:

– ଗଙ୍ଗେଶ୍ୱର ମହାଦେବ କଚ୍ଛାର ପାର୍କିଂ
– ନାଗବାସୁକି ପାର୍କିଂ
– ବଡ଼ା ବାଗଡ଼ା ପାର୍କିଂ
– ଆଇଇଆରଟି ପାର୍କିଂ ଉତ୍ତର/ ଦକ୍ଷିଣ ପାର୍କିଂ

ଏହିଭଳି ଭାବରେ କାନପୁର-କୌଶମ୍ବି, ରିୱା- ବାନ୍ଦା ଚିତ୍ରକୂଟରୁ ଆସୁଥିବା ବାହନ ପାଇଁ ମଧ୍ୟ ପାର୍କିଂ ବ୍ୟବସ୍ଥା କରାଯାଇଛି ।