fbpx

ଗୁଜବକୁ ଖଣ୍ଡନ କଲା TRAI: ଗୋଟିଏ ଫୋନରେ ଦୁଇଟି ସିମ୍ କାର୍ଡ ଚଳାଇଲେ ଦେବାକୁ ପଡ଼ିବନି ଅର୍ଥ!

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ସୋସିଆଲ ମିଡ଼ିଆରେ ଏକ ଖବରକୁ ନେଇ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ମୋବାଇଲ ଫୋନରେ ଏକାଧିକ ସିମ୍ କାର୍ଡ ବ୍ୟବହାର କଲେ ଅର୍ଥ ଗଣିବାକୁ ପଡ଼ିବ ବୋଲି ସେଥିରେ କୁହାଯାଇଥିଲା । ଏପରିକି ଏନେଇ ଟେଲିକମ୍ ରେଗୁଲେଟରୀ ଅଥରିଟୀ ଅଫ୍ ଇଣ୍ଡିଆ (ଟ୍ରାଇ) ଏକ ପ୍ରସ୍ତାବ ରଖିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ତେଣୁ ଏହି ଖବରକୁ ନେଇ ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା ।

ତେବେ ଏହା ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଏହି ଗୁଜବକୁ ଖଣ୍ଡନ କରିଛି ଟ୍ରାଇ । ଏହାର କୌଣସି ସତ୍ୟତା ନଥିବା କୁହାଯାଇଛି । ଫୋନରେ ଏକାଧିକ ସିମ୍ ବ୍ୟବହାର କଲେ ତା’ ଉପରେ ଚାର୍ଜ ଲାଗୁ କରାଯିବା ନେଇ ଟ୍ରାଇର କୌଣସି ଯୋଜନା ନଥିବା କୁହାଯାଇଛି । ଲୋକଙ୍କୁ ଭୁଲ୍ ତଥ୍ୟ ମାଧ୍ୟମରେ ବିଭ୍ରାନ୍ତ କରାଯାଉଥିବା କୁହାଯାଇଛି । ଏଭଳି ଗୁଜବକୁ ବିଶ୍ୱାସ ନକରିବାକୁ କୁହାଯାଇଛି । କୌଣସି ସୂଚନା ବିଷୟରେ ଜାଣିବାକୁ ହେଲେ ଗ୍ରାହକମାନେ ଟ୍ରାଇର ଅଫିସିଆଲ ୱେବସାଇଟ୍ ବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ନେଇ ଏନେଇ ସ୍ପଷ୍ଟ ହୋଇ ପାରିବେ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଗ୍ରାହକମାନେ ନିଜର ଫୋନ୍ ନମ୍ବରକୁ ରିଚାର୍ଜ କରିବା ପାଇଁ ଟଙ୍କା ଦେଇ ଆସୁଥିବା ବେଳେ ଏବେ ଏକାଧିକ ସିମ୍ କାର୍ଡ ରଖିଲେ ଶୁଳ୍କ ଦେବାକୁ ପଡ଼ିବ ବୋଲି ଭାଇରାଲ ଖବରରେ କୁହାଯାଇଥିଲା । ଏନେଇ ଟ୍ରାଇ ଏକ ପ୍ରସ୍ତାବ ରଖିଥିବା କୁହାଯାଇଥିଲା । ଫୋନ ଓ ଲ୍ୟାଣ୍ଡଲାଇନ ନମ୍ବର ବ୍ୟବହାର କରିବା ପାଇଁ ଏକ ଅଲଗା ଚାର୍ଜ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା । ତେବେ ଶେଷରେ ଟ୍ରାଇ ଏହି ଗୁଜବକୁ ଖାରଜ କରିବା ସହ ପୋଷ୍ଟ ଶେୟାର କରିଥିଲା ।

Get real time updates directly on you device, subscribe now.