fbpx

ନିଠାରୀ କାଣ୍ଡକୁ ନେଇ ପ୍ରସ୍ତୁତ ଫିଲ୍ମ ସେକ୍ଟର ୩୬ର ଟ୍ରେଲର ରିଲିଜ

ମୁମ୍ବାଇ:   ନିଠାରୀ କାଣ୍ଡ ଉପରେ ପ୍ରସ୍ତୁତ ଫିଲ୍ମ ସେକ୍ଟର ୩୬ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଦୀପକ ଡୋବରିୟାଲଙ୍କୁ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଅଭିନେତା ବିକ୍ରାନ୍ତ ମୈସୀଙ୍କୁ ଦୁର୍ଦ୍ଦାନ୍ତ ସିରିଏୟ କିଲର ଭୂମିକାରେ ଦେଖାବାକୁ ମିଳିଛି ।
ଟୁଏଲ୍ୱ୍ଥ ଫେଲ ପରେ ମୈସୀଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ମିଳୁଛି । କିଛି ଦିନ ପୂର୍ବରୁ ଫିଲ୍ମ ସେକ୍ଟର ୩୬ଘୋଷଣା ହୋଇଥିଲା । ଏବେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି । ଭୟଙ୍କର ଟ୍ରେଲରରେ ହୋଇଥିବା ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ଉଠାଇବାକୁ ଆସି ପହଞ୍ଚିଛନ୍ତି ଦିପକ ଡୋବରିୟାଲ । ଦିପକଙ୍କ ସାମ୍ନାକୁ ବାରମ୍ବାର ଯେଉଁ ବ୍ୟକ୍ତି ଆସୁଛନ୍ତି, ସେ ହେଉଛନ୍ତି ବିକ୍ରାନ୍ତ ମୈସୀ।
ଟ୍ରେଲରର ପ୍ରାରମ୍ଭରେ ମୈସୀ ଥାନାରେ ବସିଛନ୍ତିା ସେଠାରେ ପୋଲିସ ଅଫିସର ରୂପେ ଦିପକ ଆସିବା କ୍ଷଣି ମୈସୀ ସେଠାରୁ ଉଠିଯାଆନ୍ତି ଚମକି ପଡି । ଏହା ପରେ ସିରିଏଲ କିଲର ଭାବେ ଅଭିନୟ କରୁଥିବା ବିକ୍ରାନ୍ତ ଜଣେ ପରେ ଜଣେ ଶିଶୁଙ୍କୁ ଅପହରଣ କରି ନିଅନ୍ତି ।
ସେକ୍ଟର ୩୬ ଫିଲ୍ମ ୨୦୦୬ରେ ହୋଇଥିବା ନିଠାରୀ କାଣ୍ଡ ଉପରେ ଆଧାରିତ । ଏହା ଟ୍ରେଲର ରିଲିଜ ସହ ଦିପକ ଏହି କଥା ଦର୍ଶକଙ୍କୁ ଦେଇଛନ୍ତି । ଟ୍ରେଲରରେ ଉଲ୍ଲେଖ କି, ଫିଲ୍ମଟି ବାସ୍ତବ ଓ ଆଶ୍ଚର୍ଯ୍ୟ ଚକିତ କଲାପରି ଘଟଣାରୁ ପ୍ରେରିତ । ବିକ୍ରାନ୍ତ ଏଥିରେ ଜଣେ ସିରିୟଲ କିଲର ଭୂମିକା ତୁଲାଇଛନ୍ତି । ଏଥିରେ ବିକ୍ରାନ୍ତଙ୍କ ଅଭିନୟ ମନରେ ଭୟ ସୃଷ୍ଟି କରୁଛି ।
ଦିପକ ଡୋବରିୟାଲ ଫିଲ୍ମରେ ପୋଲିସ ଅଫିସର ଭାବେ ବହୁ ପିଲାଙ୍କ ଅପହରଣ ମାମଲାର ତଦନ୍ତ କରୁଛନ୍ତି ଓ ବିକ୍ରାନ୍ତ ମେସୀ ନିକଟରେ ପହଞ୍ଚୁଛନ୍ତି ।

Get real time updates directly on you device, subscribe now.