fbpx

ଦୁଇ ମାଲ୍‌ବାହୀ ଟ୍ରେନ୍‌ ମୁହାଁମୁହିଁ ଧକ୍କା; ଏହି ରୁଟ୍‌ରେ ଯାତାୟାତ ଠପ୍, ବଦଳାଗଲା ଗତିପଥ

ରାଉରକେଲା,(ଭାସ୍କର ନ୍ୟୁଜ୍‌): ଝାଡ଼ଖଣ୍ଡ ରାଞ୍ଚି ଡିଭିଜନ ପୋକରା ଓ କୁରୁକୁରା ରେଳ ଷ୍ଟେସନ ମଝିରେ ଦୁଇ ମାଲ୍‌ବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛନ୍ତି । ରାଉରକେଲାରୁ ହଟିଆ ଯାଉଥିବା କୋଇଲା ବୋଝେଇ ମାଲ୍‌ବାହୀ ଟ୍ରେନ୍‌ ଓ ହଟିଆରୁ ରାଉରକେଲା ଅଭିମୁଖେ ଆସୁଥିବା ଖାଲି ମାଲ୍‌ବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଛି । ବ୍ରେକ୍‌ ଫେଲ ହେବାରୁ ଏହି ଦୁର୍ଘଟଣା ହୋଇଥିବା ରେଳ ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଦୁର୍ଘଟଣା ପରେ ଏହି ଲାଇନରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି । ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର ପ୍ରକ୍ରିୟା ଜାରି ରଖିଛନ୍ତି । ଅନ୍ୟପଟେ ଏହି ରୁଟ୍‌ ଦେଇ ଯାଉଥିବା ସମସ୍ତ ଟ୍ରେନ୍‌ର ଗତିପଥ ବଦଳାଇ ଯାଇଛି ।

Get real time updates directly on you device, subscribe now.