ଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ, ୨ ମୃତ, ୩ ଗୁରୁତର

ଓଡିଶା ଭାସ୍କର: ଉତ୍ତରପ୍ରଦେଶରେ ରେଳ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିବ୍ରୁଗଡ ଏକ୍ସପ୍ରେସ ଟ୍ରେନ ଗୋଣ୍ଡାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଜଣା ପଡିଛି । ତାହାସହ ୩ ଜଣ ଦୁର୍ଘଟଣାରେ ଗୁରୁତର ଅଛନ୍ତି । ଗୋଣ୍ଡାରେ ଟ୍ରେନର ୯ ରୁ ୧୦ ଟି ବଗି ଲାଇନଚ୍ୟୁତ ହୋଇଛି । ଫଳରେ ଏହି ଟ୍ରେନ ଭାରସାମ୍ୟ ହରାଇଥିଲା ଓ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉଚ୍ଚପଦାଧିକାରୀ ଦଳ ପହଞ୍ଚିଛନ୍ତି ଓ ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ତେବେ ଦୁର୍ଘଟଣାର କାରଣ ଏବେ ବି ଜଣା ପଡି ନାହିଁ ।
ଟ୍ରେନଟି ଚଣ୍ଡିଗଡରୁ ଗୋରଖପୁର ଅଭିମୁଖେ ଯାତ୍ରା କରୁଥିଲା ।

Get real time updates directly on you device, subscribe now.