fbpx

ଏମିତି ବି ଆସେ ମୃତ୍ୟୁ! ମୋବାଇଲରେ ଗପୁଥିବା ବେଳେ ଚଢିଗଲା ଟ୍ରେନ୍

ଭୁବନେଶ୍ୱର,୨ ।୨(ଓଡିଶା ଭାସ୍କର): ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହି ବି କହିପାରିବେ ନାହିଁ । ଏମିିତି ଏକ ଘଟଣା କଟକ ଶିଖରପୁର ଲେବଲକ୍ରସିଂ ନିକଟରେ ଘଟିଯାଇଛି । ଲେବଲ କ୍ରସିଂ ପାର୍ ହେଉଥିବା ବେଳେ ମୋବାଇଲରେ କଥା ହେବା ଯୁବକଙ୍କୁ ମହଙ୍ଗା ପଡିଛି । ଲେବଲକ୍ରସିଂ ବେଳେ ମୋବାଇଲରେ କଥା ହେବାରୁ ଶୁଣିପାରିଲେନି ଟ୍ରେନ୍ ହର୍ଣ୍ଣ, ଫଳରେ ଧକ୍କା ଦେଲା ଟ୍ରେନ୍ । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରି ନାହିଁ । ତେବେ ମୋବାଇଲରେ କଥା ସହ କାନରେ ଇଅର ଫୋନ ଯୋଗୁଁ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.