ପୁଣି ଅଘଟଣ, କଟକ ରେଳ ଷ୍ଟେସନ ନିକଟରେ ଟ୍ରାକରୁ ଖସିଲା ଟ୍ରେନର ୩ଟି ବଗି

କଟକ: ପୁଣି ଟ୍ରାକରୁ ଖସିଲା ଟ୍ରେନ୍। କଟକ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଲାଇନଚ୍ୟୁତ। ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି।

ତେବେ ପାରାଦୀପ ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ୍।  ହେଲେ କଟକ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂୂଚନା ମିଳିଛି।

ହେଲେ ଟ୍ରେନଟି କିପରି ଲାଇନଚ୍ୟୁତ ହେଲା ତାହା ଜଣାପଡିନଥିବା ବେଳେ, ଘଟଣାସ୍ଥଳରେ ରେଲଓ୍ୱେର ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରୁଛନ୍ତି। ୩ଟି ବଗି ଟ୍ରାକରୁ ତଳକୁ ଖସି ଆସିଥିବା ଜଣାପଡିଛି।