Big Breaking: ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ, ପୂର୍ବତଟ ରେଳବାଇ ଦେଲା ସୂଚନା

ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯୁଦ୍ଧସ୍ଥିତି ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ହୀରାକୁଦ ଏକ୍ସପ୍ରେସ୍ ଆଂଶିକ ବାଧାପ୍ରାପ୍ତ ହୋଇଛି ।

ସୂଚନାନୁଯାୟୀ, ଅମୃତସର ଯାଏଁ ଗଡ଼ିବନି ହୀରାକୁଦ ଏକ୍ସପ୍ରେସ । କେବଳ ବିଶାଖାପାଟଣାରୁ ଦିଲ୍ଲୀ ଯାଏଁ ଚାଲିବ ଏହି ଟ୍ରେନ୍ । ଏ ନେଇ ପୂର୍ବତଟ ରେଳବାଇ ତରଫରୁ ସୂଚନା ମିଳିଛି ।

୨୨ ଅପ୍ରେଲରେ ପହଲଗାମରେ ଘଟିିବା ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କର ପ୍ରାଣହାନି ଘଟିଥିଲା । ଏହାପରେ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି । କିନ୍ତୁ ପାକିସ୍ତାନ ନିଜ ଆକ୍ରମଣ ଏପର୍ଯ୍ୟନ୍ତ ଜାରି ରଖିଛି । କିନ୍ତୁ ଭାରତୀୟ ସେନା ଏହାର କଡ଼ା ଜବାବ ଦେଉଛି ।