fbpx

ପିନ ବିନା କରିପାରିବେ ୫୦୦ ଟଙ୍କା ପର୍ଯ୍ୟନ୍ତ କାରବାର : UPI ଲାଇଟ ଉପରେ RBI ର ନିଷ୍ପତି

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫଲାଇନ ୟୁପିଆଇ ଲାଇଟର କାରବାର ଲିମିଟ ୨୦୦ ଟଙ୍କା ରୁ ବଢାଇ ୫୦୦ ଟଙ୍କା ପର୍ଯ୍ୟନ୍ତ କରି ଦେଇଛନ୍ତି । ଏହି ପ୍ରକାର କାରବାର ପାଇଁ ପିନ ଦେବା ମଧ୍ୟ ଆବଶ୍ୟକ ନାହିଁ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ମୌଦ୍ରିକ ନୀତି ସମିତିର ବୈଠକରେ ଏହି ନିଷ୍ପତି ନିଆଯାଇଥିଲା ।

କୁହାଯାଉଛି ଯେ, ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ UPI ଲାଇଟର ସୁବିଧା ଆରମ୍ଭ କରାଯାଇଥିଲା । ଏହା ଦ୍ୱାରା ଆପଣ ବ୍ୟାଙ୍କ ମାଧ୍ୟମରୁ ନୁହେଁ , ୱଲେଟର ବ୍ୟବହାର କରି ମଧ୍ୟ ପେମେଣ୍ଟ କରି ପାରିବେ । ତେବେ ଏହା ଜରୁରୀ ଯେ ୱଲେଟରେ ଟଙ୍କା ଥିବା ଜରୁରୀ । ଏହି ସର୍ଭିସକୁ ଫୋନପେ ଏବଂ ପେଟିଏମ ଭଳି ପ୍ଲାଟଫର୍ମ ଆରମ୍ଭ କରି ଦେଇଛନ୍ତି । ଏହା ଦ୍ୱାରା ଆପଣ ଗୋଟିଏ ଦିନରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କରି ପାରିବେ ।

ରେପୋ ହାରରେ କୌଣସି ପରିବର୍ତ୍ତନ ନାହିଁ : କ୍ରମାଗତ ଭାବେ ତିନିଥର ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ୬.୫ ପ୍ରତିଶତରେ ରଖିଛି । ଏହା ସହିତ ଚଳିତ ଆର୍ଥିକ ବର୍ଷ ପାଇଁ ନିଜର ଆର୍ଥିକ ବୃଦ୍ଧିର ଦରର ଅନୁମାନକୁ ମଧ୍ୟ ୬.୫ ପ୍ରତିଶତରେ ସ୍ଥଗିତ ରଖିଛନ୍ତି । ଏଥି ସହିତ ଚଳିତ ବର୍ଷ ୨୦୨୩-୨୪ ପାଇଁ ମୁଦ୍ରାସ୍ଫିତିର ଅନୁମାନକୁ ବଢାଇ ୫.୪ ପ୍ରତିଶତ କରି ଦେଇଛନ୍ତି । ଆରବିଆଇ ଜୁନ ଏବଂ ଏପ୍ରିଲରେ ହେଇଥିବା ମୌଦ୍ରିକ ନୀତିକୁ ସମୀକ୍ଷା ବୈଠକରେ ବି ରେପୋର ଦରରେ କୌଣସି ପରିବର୍ତ୍ତନ କରିନଥିଲେ । ଏହା ପୂର୍ବରୁ, ମୁଖ୍ୟ ରୂପରେ ମୁଦ୍ରାସ୍ଫିତିକୁ ଆୟତ କରିବା ପାଇଁ ଗତ ବର୍ଷ ମେ ଠାରୁ ଆରମ୍ଭ କରି ମୋଟ ୬ ଥର ରେପୋ ଦରରେ ୨.୫୦ ପ୍ରତିଶତର ବୃଦ୍ଧି କରାଯାଇଥିଲା ।

Get real time updates directly on you device, subscribe now.