fbpx

ଗୋଟିଏ ରାତି ପାଇଁ କିନ୍ନରମାନେ ବିବାହ କରିଥାନ୍ତି, ଜାଣନ୍ତୁ କାହିଁକି

ଆମେ ସମସ୍ତେ ଜାଣୁ ଯେ, ଏ ଦୁନିଆରେ ପୁରୁଷ ଓ ନାରୀଙ୍କ ଛଡ଼ା ଆଉ ଏକ ପ୍ରଜାତି ରହିଛନ୍ତି, ସେମାନେ ହେଉଛନ୍ତି କିନ୍ନର । କିନ୍ନରମାନେ ବିବାହ କରନ୍ତି ନାହିଁ ବୋଲି ପ୍ରାୟତଃ ସମସ୍ତେ ଜାଣନ୍ତି । କିନ୍ତୁ ଏକଥା ମଧ୍ୟ ବହୁତ କମ୍ ଲୋକ ଜାଣନ୍ତି ଯେ, କିନ୍ନରମାନେ ବିବାହ କରନ୍ତି । କିନ୍ନରମାନଙ୍କର ବିବାହ ସାଧାରଣ ବିବାହ ଠାରୁ ଅଲଗା ଅଟେ । ସେମାନଙ୍କର ବିବାହ ଜୀବନ ସାରା ରହିନଥାଏ, କେବଳ ଗୋଟିଏ ରାତି ପାଇଁ ସେମାନେ ବିବାହ କରିଥାନ୍ତି । ଗୋଟିଏ ରାତିକ ମଧ୍ୟରେ ଏମାନେ ସଧବାରୁ ବିଧବା ପାଲଟି ଯାଆନ୍ତି ।

କିନ୍ନରମାନେ କେବଳ ଗୋଟିଏ ରାତି ପାଇଁ ଭଗବାନଙ୍କ ସହିତ ବିବାହ କରିଥାନ୍ତି । ବିବାହର ପରଦିନ ସେମାନେ ନିଜକୁ ନିଜେ ବିଧବା କରିଦିଅନ୍ତି । ଅର୍ଜୁନ ଓ ନାଗକନ୍ୟା ଉଲୁପିଙ୍କ ସନ୍ତାନ ଇରାବନ କିନ୍ନରଙ୍କର ଭଗବାନ ଅଟନ୍ତି । ମନ୍ଦିରର ପୂଜାରି ଏମାନଙ୍କୁ ମଙ୍ଗଳସୂତ୍ର ପିନ୍ଧାଇଥାନ୍ତି । କିନ୍ନରମାନଙ୍କର ବିବାହ ତାମିଲନାଡ଼ୁରେ ତାମିଲ ନବବର୍ଷଠାରୁ ଆରମ୍ଭ ହୋଇ ୧୮ ଦିନ ପର୍ଯ୍ୟନ୍ତ ଚାଲିଥାଏ ।

Get real time updates directly on you device, subscribe now.