fbpx

ଠକିଲା ଟ୍ରାଭେଲ ଏଜେନ୍ସି, ୧୨ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ଉପଭୋକ୍ତା ଫୋରମର ନିର୍ଦ୍ଦେଶ

ଭୋପାଲ: ଆଜିକାଲି ଛତୁ ଫୁଟିଲା ଭଳି ସବୁଆଡ଼େ ଟ୍ରାଭେଲ୍ ଏଜେନ୍ସି ଖୋଲିଗଲାଣି । ଦେଶ ବିଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ଲୋକମାନଙ୍କ ଯାତ୍ରାକୁ ସୁବିଧାଜନକ ଓ ସଫଳ କରିବା ପାଇଁ ଟ୍ରାଭେଲ ଏଜେନ୍ସିମାନେ ଚେଷ୍ଟା କରିଥାନ୍ତି । ଅଧିକାଂଶ କ୍ଷେତ୍ରରେ ଏହାର ବିପରିତ ଘଟିଥାଏ । କିଛି ଟ୍ରାଭେଲ ଏଜେନ୍ସିମାନେ ଲୋକମାନଙ୍କୁ ବିଭିନ୍ନ ଆଳ ଦେଖାଇ ଠକିଥାନ୍ତି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାରେ ।

ଜବଲପୁରର ୟଶ ଜେନ ନାମକ ବ୍ୟକ୍ତି ଏଭଳି ଠକାମୀର ଶିକାର ହୋଇଛନ୍ତି । ସୂଚନାରୁ ପ୍ରକାଶ ଫେବୃଆରୀ ୧୪, ୨୦୨୨ରେ ୟଶ ଦୁବାଇ ଯାତ୍ରା ନିମନ୍ତେ ଏକ ଟ୍ରାଭେଲ ଏଜେନ୍ସି ‘ମେକ୍ ମାଇ ଟ୍ରିପ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ’ରେ ବୁକିଂ କରିଥିଲେ । ଏହି ଟ୍ରିପର ମୋଟ୍ ପ୍ୟାକେଜ ୫୦ ହଜାର ୭୦୦ ଟଙ୍କା ଥିଲା । ଏଥିପାଇଁ ସେ ଆଡଭାନ୍ସ ବୁକିଂ ମଧ୍ୟ କରିଥିଲେ । କିନ୍ତୁ ଦୁବାଇ ଯାଇ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସେଠାରେ ସେ ରହିଥିବା ଏକ ହୋଟେଲର ମିଲ ପ୍ଲାନରେ ଜଳଖିଆ ବ୍ୟବସ୍ଥା ଥିଲା । ପରେ ଉକ୍ତ ହୋଟେଲରେ ଜଳଖିଆ ବ୍ୟବସ୍ଥା ନଥିବା ସେ ଜାଣିବାକୁ ପାଇଥିଲେ । ଏହା ପରେ ସେ ଜବଲପୁର ଉପଭୋକ୍ତା ଫୋରମରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ଫୋରମର ଚେୟାରମ୍ୟାନ ପଙ୍କଜ ଯାଦବ ଏବଂ ସଦସ୍ୟ ଅମିତ ସିଂ ତିୱାରୀ ଉକ୍ତ ଟ୍ରାଭେଲ ଏଜେନ୍ସିକୁ ୧୨.୫ ହଜାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମାନସିକ ଯନ୍ତ୍ରଣା ପାଇଁ ଅଧିକ ୧୦ ହଜାର ଟଙ୍କା ଏବଂ ମାମଲାର ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.