fbpx

ଟ୍ରାଫିକ୍ ହଟସ୍ପଟରେ ଭିଡ କମାଇବା ପାଇଁ ଅଣ୍ଟା ଭିଡିଛି ବେଙ୍ଗାଲୁରୁ ପୋଲିସ: ଏବେ କମ୍ ଜାମରେ ଫସିବେ ଲୋକ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରର ଟ୍ରାଫିକ କରିଡରରେ ଯାତ୍ରା ସମୟ ପ୍ରାୟ ୫୦ ପ୍ରତିଶତ ହ୍ରାସ ହୋଇଛି । ଟ୍ରାଫିକ ପୋଲିସର ତଥ୍ୟ ଅନୁଯାୟୀ, ଗତ ଦଶ ଦିନ ମଧ୍ୟରେ ସହରର ନଅଟି ପ୍ରମୁଖ ଟ୍ରାଫିକ ହଟସ୍ପଟରେ ଯାତ୍ରା ସମୟ ଅଧା ହୋଇଯାଇଛି ।

ନୂଆ ଭାବେ ନିଯୁକ୍ତ ସ୍ୱତନ୍ତ୍ର କମିଶନର (ଟ୍ରାଫିକ୍) ଡା.ଏମ.ଏ ସଲିମ ନିଜ ଅଧିକାରୀଙ୍କୁ କିଛି ଉପାୟ ଲାଗୁ କରିବାକୁ କହିବା ସହ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ପିକ୍ ସମୟ ମଧ୍ୟରେ ମାଲବାହୀ ଯାନବାହାନ ଉପରେ ପ୍ରତିବନ୍ଧକ ଏବଂ ଏପରି ନିୟମ ଏବେ କଠୋର ଭାବେ ଲାଗୁ ହୋଇଛି, ଯାହାର ପରିଣାମ ଏବେ ସାମ୍ନାକୁ ଆସିଛି । ବ୍ୟସ୍ତବହୁଳ ଜଙ୍କସନରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ଆମେ କର୍ମଚାରୀ ମଧ୍ୟ ନିୟୋଜିତ କରିଛୁ ।

ସେ କହିଛନ୍ତି ଯେ, ଯାତାୟାତ ଆଧାରରେ କରିଡରକୁ ପ୍ରାଥମିକତା ଦେଇଛୁ ଏବଂ ଅନ୍ୟ କରିଡରରେ ଟ୍ରାଫିକ୍ କମ୍ କରିବାକୁ ଉପାୟ ଜାରି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ନଅଟି କରିଡରରେ ଏହି ଉପାୟ ଲାଗୁ କରାଯାଇଛି, ତାହା ଅତ୍ୟଧିକ ଜନଗହଳିପୂର୍ଣ୍ଣ ଥିଲା ।

Get real time updates directly on you device, subscribe now.