fbpx

ଡାଇବେଟିସ ରୋଗୀ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ସୁପରଫୁଡ୍‌, ନିୟନ୍ତ୍ରଣରେ ରହିବ ଡାଇବେଟିସ ଏବଂ ଶରୀର ରହିବ ସୁସ୍ଥ

ଭୁବନେଶ୍ୱର : ଆଜିର ସମୟରେ ଡାଇବେଟିସ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଡାଇବେଟିସ ରୋଗୀମାନେ ଅନେକ ଜିନିଷର ଯତ୍ନ ନେବା ଆବଶ୍ୟକ ଯେପରିକି ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଠାରୁ ଆରମ୍ଭ କରି ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ମଧୁମେହ ଏକ କ୍ରନିକ ରୋଗ । ଡାଇବେଟିସ ହେବା ଦ୍ୱାରା ଶରୀରରେ ବ୍ଲଡ ପ୍ରେସର ଏକାଥରକେ ବଢିଯାଏ ବା ଏକାଥରକେ କମିଯାଏ । ଏଥରେ ଡାଇବେଟିସ ହେଲେ ତାକୁ ମୂଳରୁ ଉପାଡି ହେବ ନାହିଁ । କିନ୍ତୁ ଖାଇବାପିଇବାର ଧ୍ୟାନ ରଖି ଏହାର ଭୟକୁ କମ କରି ପାରିବା । ଖାଇବା ଜିନିଷ କହିବାକୁ ଗଲେ ଏପରି ଅନେକ ସୁପରଫୁଡ ଅଛି, ଯାହାକୁ ଡାଇବେଟିସର ଡାଏଟରେ ଆପଣ ସାମିଲ କରି ପାରିବେ । ଏହି ଜିନିଷକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ, ଡାଇବେଟିସ ନିୟନ୍ତ୍ରଣ ରହିଥାଏ । ଜାଣିନିଅନ୍ତୁ କଣ କଣ ରହିଛି ଏହି ସୁପରଫୁଡ ଯାହାକୁ ଡାଏଟରେ ସାମିଲ କରି ପାରିବେ ।

ଡାଇବେଟିସ ପାଇଁ ସୁପରଫୁଡ :

ଟମାଟୋ : ଟମାଟୋ ଭିଟାମିନ୍ ସି ର ଏକ ଭଲ ଉତ୍ସ । ଟମାଟୋରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି ଏବଂ ଏହା ଲାଇକୋପିନ୍ରେ ଭରପୂର ଅଟେ, ଯାହା ରକ୍ତରେ ଶର୍କରା ପରିଚାଳନା କରିବାରେ ସାହାଯ୍ୟ କରେ ଏବଂ ଡାଇବେଟିସ ସହ ହୃଦୟର ବିପଦକୁ ମଧ୍ୟ ହ୍ରାସ କରିଥାଏ । ଏହି କାରଣରୁ, ଡାଇବେଟିସରେ କଞ୍ଚା ଟମାଟୋ ଖାଇବା ଉଚିତ ।

କଲରା : ଲୋକମାନେ କଲରା ଖାଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ଡାଇବେଟିସ ରୋଗିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କଲରାରେ ପଲିପେପ୍ଟାଇଡ୍-ପି ଥାଏ ଯାହା ଶରୀରରେ ରକ୍ତର ଗ୍ଲୁକୋଜ୍ ସ୍ତରକୁ କମ କରିଥାଏ । ମଧୁମେହ ରୋଗୀମାନେ କଲରାର ତରକାରି କିମ୍ବା କଲରାର ରସକୁ ଡାଇବେଟିସ ରୋଗୀ ନିଜ ଡାଏଟରେ ସାମିଲ କରି ପାରିବେ ।

ଡାଲି ଏବଂ ଲେମ୍ବୁ : ଡାଇବେଟିସରେ ଫାଇବର ଯୁକ୍ତ ଡାଲି ଏବଂ ଲେମ୍ବୁ ଶରୀର ପାଇଁ ଉତ୍ତମ ପ୍ରମାଣିତ ହୋଇଛି । ଏହା ସେବନ କରିବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ଏବଂ ବ୍ଲଡ ସୁଗର ସ୍ପାଇକ ହେବାର ସମ୍ଭାବନା ମଧ୍ୟ କମ ଥାଏ । ରାଜମା, ବୁଟ ଏବଂ ଡାଲି ଡାଏଟରେ ସାମିଲ କରିବା ଦ୍ୱାରା ଶରୀରକୁ ଅନେକ ଫାଇଦା ହୋଇଥାଏ ।

ହଳଦୀ : ଔଷଧୀୟ ଗୁଣରେ ଭରପୁର ଥିବା ହଳଦୀ ରୋଷେଇର ଏମିତି ଏକ ଜିନିଷ, ଯାହା ଦ୍ୱାରା ଆପାଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । ହଳଦୀରୁ ଏଣ୍ଟୀ-ଇଫ୍ଲେମେଟରୀ ଗୁଣ ମିଳିଥାଏ ଏବଂ ଏଥିରେ ଆଣ୍ଟି- ଅକ୍ସିଡେଟସ୍ ଭରପୂର ଥାଏ, ଏହାକୁ ସେବନ କରିବା ଦ୍ୱାରା ଡାଇବେଟିସ ରୋଗୀଙ୍କୁ ଫାଇଦା ମିଳେ ।

ଶୁଖିଲା ଫଳ : ଡାଇବେଟିସ ଡାଏଟରେ ଶୁଖିଲା ଫଳ ସେସାମିଲ କରିବା ଉତ୍ତମ ଅଟେ । ଶୁଖିଲା ଫଳର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଅଟେ । ଏଥିରେ ଓମେଗା -୩ ଫ୍ୟାଟି ଏସିଡ୍ ଏବଂ ଅନେକ ତେଲ ମଧ୍ୟ ମିଳେ, ଯାହା ଡାଇବେଟିସ୍ ସହିତ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ ।

Get real time updates directly on you device, subscribe now.