fbpx

Video: ହଠାତ୍ ଏକ ସବୁଜିମା ଗଛ ହାଇ-ଭୋଲଟେଜ୍ କରେଣ୍ଟ୍ ସଂସ୍ପର୍ଶରେ ଆସିଲା, ଏହା ପରର ଦୃଶ୍ୟ ଦେଖିଲେ ଆପଣ ମଧ୍ୟ …

ନୂଆଦିଲ୍ଲୀ : ପ୍ରତିଦିନ ଇଣ୍ଟରନେଟ୍ ଦୁନିଆ ବିଭିନ୍ନ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳିଥାଏ। କିଛି ଭିଡିଓ ମୁହଁରେ ହସ ଆଣିଥିବାବେଳେ କିଛି ଭିଡିଓ କୁ ଦେଖିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ । ତେବେ ବର୍ତ୍ତମାନ ଏହି ପରି ଏକ ସମାନ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ସବୁଜ ଗଛ ଦେଖାଯାଏ, ଯାହା ହଠାତ୍ ହାଇ ଭୋଲଟେଜ୍ କରେଣ୍ଟ୍ର ରେ ଜଳିଯାଏ ।

ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିକଟରେ ଭାଇରାଲ ହୋଇଥିବା ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ, ହାଇ ଭୋଲଟେଜ୍ କରେଣ୍ଟ୍ ଅଧୀନରେ ଆସିବା ମାତ୍ରେ ସବୁଜ ଗଛ କିପରି ନିଆଁରେ ପୋଡି ହୋଇଥିବାର ଦେଖିବାକୁ ମିଳିଛି । ଭିଡ଼ିଓ ରେ ପ୍ରଥମେ ଦେଖିବାକୁ ମିଳିଛି ଗଛର ଶାଖା କିପରି ତାରକୁ ସ୍ପର୍ଶ କରୁଛି , ଆଉ ଏହାପରେ କିଭଳି କରେଣ୍ଟ ମାରୁଛି । ଆଉ ଏହା ଘଟିବା ପରେ ଗଛର ଅବସ୍ଥା କିପରି ହେଇଯାଉଛି । ହଠାତ ଗଛଟି ଶୁଖିଯାଉଛି ।

ମାତ୍ର କିଛି କ୍ଷଣ ମଧ୍ୟରେ, ଉଚ୍ଚ ଭୋଲଟେଜ୍ କରେଣ୍ଟ ଯୋଗୁଁ, ଗଛ କିଛି ସେକେଣ୍ଡରେ ପାଉଁଶରେ ପରିଣତ ହେଇଯାଉଛି । ବର୍ତ୍ତମାନ ଏହି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଉଠୁଥିବ ପକ୍ଷୀମାନେ ମଧ୍ୟ ତାର ରେ ବସନ୍ତି ସେମାନେ କାହିଁକି ସବୁବେଳେ ବିଦ୍ୟୁତ୍ ସଂଯୋଗରେ ଆସନ୍ତି ନାହିଁ ? ତେବେ ପକ୍ଷୀମାନେ ସର୍ବଦା ଗୋଟିଏ ତାରରେ ବସନ୍ତି । ଅନ୍ୟ ତାରାମାନଙ୍କ ସଂସ୍ପର୍ଶରେ ଆସନ୍ତି ନାହିଁ ଏବଂ ଯଦି ଏହା ଘଟେ ତେବେ ମୃତ୍ୟୁ ନିଶ୍ଚିତ ଅଟେ।

ବିଶେଷଜ୍ଞଙ୍କ ଅନୁଯାୟୀ, ବିଦ୍ୟୁତ୍ ଲାଇନ ତଳେ ଏବଂ ଲାଇନଠାରୁ ୧୫ ଫୁଟ ଦୂରରେ କୌଣସି ପ୍ରକାରର ଉଦ୍ଭିଦ ଲଗାନ୍ତୁ ନାହିଁ, କାରଣ ଏହି ଗଛଗୁଡ଼ିକ ବିଦ୍ୟୁତ୍ ଲାଇନରେ ତ୍ରୁଟିର କାରଣ ହୋଇପରେ।ତେବେ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ @ WowTerrifying ନାମକ ହ୍ୟାଣ୍ଡେଲ ସହିତ ସେୟାର କରାଯାଇଛି, ଯାହାକୁ ଏବେ ବହୁତ ଲୋକ ଦେଖୁଛନ୍ତି ଆଉ ସେୟାର ମଧ୍ୟ କରୁଛନ୍ତି। ଭିଡିଓ ସେୟାର କରିବାବେଳେ ଏହାର କ୍ୟାପସନରେ ଲେଖା ଅଛି, ‘ମୋତେ ସ୍ପର୍ଶ କର ନାହିଁ।’ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଥର ଦେଖାଯାଇଛି।

Get real time updates directly on you device, subscribe now.