fbpx

ବାଇକ୍ ଉପରେ ପଡ଼ିଲା ଗଛ: ୩ ବର୍ଷର ପୁତ୍ର ମୃତ, ବାପା, ମାଆ ଆହତ

ଯାଜପୁର, ୨୭ା୨ (ଓଡିଶା ଭାସ୍କର): ବାଇକ୍ ଉପରେ ଗଛ ପଡ଼ି ଜଣେ ୩ ବର୍ଷର ବାଳକର ଅକାଳରେ ଜୀବନ ଦୀପ ଲିଭି ଯାଇଛି । ଯାଜପୁରର ବିରଜା ଦର୍ଶନ ସାରି ସପରିବାର ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଘଟଣା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରୋକ କରାଯାଇଥିଲା ।

ସୂଚନା ଅନୁଯାୟୀ, ରାସ୍ତା ପ୍ରଶସ୍ତିକରଣ ପାଇଁ ଯୋଡ଼ିକୁଅ ନିକଟରେ ଗଛ କଟା କାର୍ଯ୍ୟ ଚାଲୁଥିଲା । ଏହି ସମୟରେ ବାଇକ ଯୋଗେ ବାପା, ମାଆ ଓ ପୁଅ ଗୋଟିଏ ବାଇକରେ ବିରଜା ଦର୍ଶନ ସାରି ଫେରୁଥିଲେ । ଦୁର୍ଭାଗ୍ୟବଶତଃ ବାଇକ ଉପରେ ଗଛଟି ପଡ଼ିଯାଇଥିଲା । ଫଳରେ ୩ ବର୍ଷର ପୁତ୍ରର ଜୀବନ ଅକାଳରେ ଚାଲିଯାଇଥିଲା । ବାପା, ମାଆ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେବା ସହ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.