fbpx

ୟେ କି ଜନ୍ତୁ , ଟିକେ ଦେଖିକି କହିଲେ। ଗୋଜିଆ ମୁଣ୍ଡ, ଗୋଲ୍ ଗୋଲ୍ ଆଖି ବେକରୁ ତଳକୁ ମାଛ ପରି । କଣ ଭାବୁଛନ୍ତି କଣ ହେଇ ପାରେ ଏ ଜୀବଟି ?

ଗୋଜିଆ ମୁଣ୍ଡ, ଗୋଲ୍ ଗୋଲ୍ ଆଖି ବେକରୁ ତଳକୁ ମାଛ ପରି । କଣ ଭାବୁଛନ୍ତି କଣ ହେଇ ପାରେ ଏ ଜୀବଟି ? ଇଣ୍ଡୋନେସିଆର ଜଣେ ମତ୍ସ୍ୟଜୀବୀ ଦାବି କରିଛନ୍ତି ଯେ ସେ ଏକ ସାର୍କ ଧରିଛନ୍ତି ଯାହା ର ‘ମାନବ ଚେହେରା’ ରହିଛି – ତେବେ ଏହି ମାଛ କି କଣ ଭାବି ଭାବି ତାଙ୍କ ମୁଣ୍ଡ କାମ କରୁନି | ଫେବୃଆରୀ ୨୧ ରେ ଅବଦୁଲ୍ଲା ନୁରେନଙ୍କ ଙ୍କ ଜାଲରେ ଏହି ବିଚିତ୍ର ଜୀବଟି ଧରା ପଡ଼ିଥିଲା। ୪୮ ବର୍ଷୀୟ ନୁରେନ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏବଂ ତାଙ୍କ ଭାଇ ଶନିବାର ଦିନ ପେପେଲା ନିକଟରୁ ଜାଲରେ ଏକ ଗର୍ଭବତୀ ସାର୍କକୁ ଧରିଥିଲେ, ଯେତେବେଳେ ସେମାନେ ମୃତ ମାଛ ପେଟ କାଟିଥିଲେ ସେ ତିନିଟି ଛୁଆ ପାଇଥିଲେ।

ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ତିନିଜଣ ଛୁଆ ଭିତରୁ “ଦୁଇଜଣ ମା ସାର୍କ ପରି ଥିଲେ ହେଲେ ତୃତୀୟ ମାଛ ଟି ମନୁଷ୍ୟର ଚେହେରା ଭଳି ଦେଖାଯାଉଥିଲା। ମାନବ ହାତ ଆଖି ଆଉ ମୁହଁ ର ଗଠନ | ଏହାର ବିଚିତ୍ର ରୂପ ଦେଖି ନିରାଶ ହୋଇ ନୁରେନ୍ ମୃତ ଜନ୍ମିତ ସାର୍କକୁ ଘରକୁ ନେଇଯାଇଥିଲେ ।

ମତ୍ସ୍ୟଜୀବୀ କହିଥିଲେ ଯେ ମୃତ ଶିଶୁ ସାର୍କକୁ ନିଜ ଘରକୁ ନେବା ପରେ ତାଙ୍କ ପରିବାର ତାଙ୍କୁ ମାଛକୁ ସଂରକ୍ଷଣ କରିବାରେ ସାହାଯ୍ୟ କରିଥିଲେ। ସେ ଆଉ ମଧ୍ୟ କହିଥିଲେ ଯେ ପଡୋଶୀମାନେ ସାର୍କ କିଣିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ଏହାକୁ ବିକିବା ପାଇଁ ମନା କରିଦେଇଥିଲେ, ନୁରେନ ଙ୍କ କହିବା କଥା ସବୁଦିନ ଜାଲ ରେ ସାର୍କ ମାଛ ଧରା ପଡେନି କି ଏପରି ଘଟଣା ଦେଖିବାକୁ ମିଳେ ନାହିଁ , ଏହି ମାଛ ଏବେ ତାଙ୍କ ଭାଗ୍ୟ ବଦଳେଇଦେବା ଆଶା ରେ ସେ ଅଛନ୍ତି ।

Get real time updates directly on you device, subscribe now.