ମା’କୁ ବଳାତ୍କାର କଲେ ! ଆଉ ତା’ପରେ ଜୀଅନ୍ତା ସମାଧି ଦେଇଦେଲେ ରାକ୍ଷସ ରୂପି…

ନୂଆଦିଲ୍ଲୀ: ଗୁରୁବାର ରାତି ପ୍ରାୟ ୯ଟା ବେଳେ ହଠାତ ଗାଁ ଭିତରେ ଗୁଳି ଫୁଟିବାର ଶବ୍ଦ ଶୁଭିଲା । ଲୋକେ ଗୁଳି ଫୁଟିବା ଶବ୍ଦଶୁଣି ଘରୁ ବାହାରକୁ ଦୌଡ଼ି ଆସିଲେ । ଆଉ ଦେଖିଲେ କିଛି ଲୋକ ଓପନ୍ ଫାୟାରିଂ କରୁଛନ୍ତି ଆଉ କିଛି ମନଇଚ୍ଛା ଘର ସବୁ ଜାଳିବାରେ ଲାଗିଛନ୍ତି । ଘରେ ଥିବା ସମସ୍ତ ଜିନିଷ ସିଲିଂ ଫ୍ୟାନଠାରୁ ଆରମ୍ଭ କରି ଫର୍ନିଚର ଓ ମଟର ସାଇକେଲ ସବୁ ଘରୁ ବୋହି ନେଇ ସେମାନେ ଆଣିଥିବା ଗାଡ଼ିରେ ଲଦିବାରେ ଲାଗିଥିଲେ। ଏମିତି କିଛି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।

ଏ ଘଟଣା ମଣିପୁର ଜିରିବାମ ଜିଲାର ଜେରୱନ ଗ୍ରାମର । ସେହି ଗାଁର ଆଦିବାସୀ ମହିଳା ନାଁ ତାଙ୍କର ଜୋସାଙ୍ଗକିମ୍ । ୩ ପିଲାର ମା’ ଜୋସାଙ୍ଗକିମଙ୍କୁ ସେମାନେ ନିର୍ମମ ଭାବେ ମାରଧର କଲେ । ଆଉ ତା’ ପରେ ବଳାତ୍କାର କରି ଜୀଅନ୍ତା ଜାଳିଦେଲେ । ଦୁର୍ବୃତ୍ତମାନଙ୍କ କାର୍ଯ୍ୟକଳାପ ରେ ଭୟଭିତ ହୋଇ ଜୋସାଙ୍ଗକିମ୍ଙ୍କ ସ୍ୱାମୀ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ି, ସ୍ତ୍ରୀଙ୍କୁ ନେବା ପାଇଁ ଯେତେବେଳେ ପହଞ୍ଚିଲେ ସେତେବେଳେ ଜୋସାଙ୍ଗକିମ୍ ସେଠାରେ ନ ଥିଲେ । ବହୁ ଖୋଜାଖୋଜି କଲା ପରେ ଜୋସାଙ୍ଗକିମଙ୍କୁ ଅଦ୍ଧଦଗ୍ଧ ମୃତଦେହ ଘରୁ ପାଇଲେ । ଏ ଘଟଣା ପରଠାରୁ ଗ୍ରାମବାସୀ ସବୁ ଭୟଭିତ । ଘର ଛାଡ଼ି କାମକୁ କେହି ଯାଉ ନ ଥିବାବେଳେ ଲୋକେ ଶଙ୍କା ଓ ଭୟରେ ଦିନ କାଟୁଛନ୍ତି ।

ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରିଥିବାବେଳେ ମଇତେଇ ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ଆରମବାଇ ଟେଙ୍ଗୋଲ ମାଓ ସଙ୍ଗଠନ ଏ ଘଟଣା ଭିଆଇ ଥିବା ପୋଲିସ ସନେ୍ଦହ କରୁଛି । ଅପ୍ରିତିକର ଘଟଣା ହେବାକୁ ଦୃଷ୍ଟିରେ ରଖି ଗାଁକୁ ସୁରକ୍ଷାକର୍ମୀ ଜଗିଛନ୍ତି ।