ବଡ଼ ଦୁର୍ଘଟଣା: ଅଷ୍ଟମ ଶ୍ରେଣୀ ଛାତ୍ର ଉପରକୁ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ପ୍ରାଣ

ଟ୍ରକ ଧକ୍କାରେ ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

ଖଲ୍ଲିକୋଟ: ଏକ ବଡ଼ ଦୁର୍ଘଟଣା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଏକ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଟ୍ରକ୍ ଚାପିଦେଇଛି। ଏହି ଘଟଣାଟି କୋଦଳା ଥନା ଅନ୍ତର୍ଗତ ମଠ ବ୍ରହ୍ମପୁର ଛକରେ ଘଟିଛି। ଫଳରେ ଘଟଣାସ୍ଥଳରେ ପ୍ରାଣ ହରାଇଛି ଅଷ୍ଟମ ଶ୍ରେଣୀ ଛାତ୍ର।

ସୂଚନାନୁଯାୟୀ, ମୃତ ଛାତ୍ରଜଣକ ସାଙ୍ଗଙ୍କ ସହ ଟ୍ୟୁସନରୁ ଫେରୁଥିବା ବେଳେ ଏହି ଟ୍ରକଟି ଚାପିଦେଇଛି। ତେବେ ଟ୍ରକ୍ ଧକ୍କାରେ ଅନ୍ୟଜଣେ ଛାତ୍ର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ, କୋଦଳା ଥାନା ପୋଲିସ ଛାନଭିନ ଆରମ୍ଭ କରିଛି।