fbpx

ନରସିଂହପୁର ମୁଖ୍ୟ ରାସ୍ତାରେ ପଲସ୍‌ରକୁ ପିଟିଲା ଟ୍ରକ୍: ଜଣେ ମୃତ, ୨ଗୁରୁତର

କଟକ (ଭାସ୍କର ନ୍ୟୁଜ୍): କଟକ ଜିଲ୍ଲା ନରସିଂହପୁର ମୁଖ୍ୟ ରାସ୍ତାର ବଡ଼ମ୍ବା ଥାନା ଅନ୍ତର୍ଗତ ରତାପଟ- ବେଲ୍ଲୀଆପାଳ ନିକଟରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ଆଖିବୁଜିଦେଲେ ଜଣେ ଯୁବକ। ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ଼ମ୍ବା ହସ୍ପିଟାଲକୁ ପଠାଯାଇଛି। ଘଟଣାସ୍ଥଳରେ ଦୁର୍ଘଟଣାଗସ୍ତ ବାଇକ୍ ଓ ଟ୍ରକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପ୍ରାଣ ହରାଇଥିବା ଯୁବକ ଜଣକ ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ଅଞ୍ଚଳର ଗୋବିନ୍ଦ ସେଠୀ(୨୫) ବୋଲି ଜଣାପଡିଛି। ସେହିପରି ଆହତ ବ୍ୟକ୍ତି ମାନେ ହେଲେ ନରସିଂହପୁର ରଜକସାହିର ଶିବୁ ସେଠୀ(୨୨) ଏବଂ ବୌଦ୍ଧ ଜିଲ୍ଲା ଆଠମଲ୍ଲିକ ଦୋଳମୁଣ୍ଡାଇ ଅଞ୍ଚଳର ମୁନା ସେଠୀ(୨୦) ବୋଲି ଜଣାପଡ଼ିଛି

ପ୍ରକାଶ ଯେ,ଗୋବିନ୍ଦ, ଶିବୁ ଏବଂ ମୁନା ଏକ ପଲସର ବାଇକରେ ବଡମ୍ବା ପଟୁ ନରସିଂହପୁର ଆଡକୁ ଆସୁଥିବା ସମୟରେ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ବେଲ୍ଲୀଆପାଳ ନିକଟରେ ଏକ ଟ୍ରକ ସହିତ ଦୁର୍ଘଟଣା ଘଟିଥିଲା। ଫଳରେ ସମସ୍ତେ ଆହତ ହୋଇଥିଲେ।ସମସ୍ତଙ୍କୁ ଉଦ୍ଧାର କରି ବଡମ୍ବା ମେଡ଼ିକାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇବଡମ୍ବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟ ଜଣ ଆହତ ଯୁବକ ଶିବୁ ଓ ମୁନାର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

Get real time updates directly on you device, subscribe now.