fbpx

କାରକୁ ଧକ୍କା ଦେଇ ବ୍ରିଜ୍ ତଳକୁ ଖସିଲା ଟ୍ରକ୍‌, ଜଣେ ମୃତ, ୪ ଗୁରୁତର

Advertisement

କଟକ: ତ୍ରିଶୁଳିଆ କୁଆଖାଇ ନଦୀ ପୋଲ ଉପରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଯାଇଛି । କାରକୁ ଧକ୍କା ଦେଇ ବ୍ରିଜରୁ ତଳକୁ ଖସିଯାଇଛି ଟ୍ରକ୍ । ଏହି ଦୁର୍ଘଟଣାରେ ଜଣେ ମୃତ ଓ ୪ ଜଣ ଗୁରୁତର ଥିବା ଜଣାପଡ଼ିଛି । ତେବେ ୪ ଗୁରୁତରଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ସୂଚନାରୁ ପ୍ରକାଶ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାରରେ ସିରିଏଲ ସୁଟିଂ ସାରି କିଛି ଲୋକ ଘରକୁ ଫେରୁଥିବା ସମୟରେ ଏକ ସିମେଣ୍ଟ ବୋଝଇ ଟ୍ରକ୍ ସହ କାରଟି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟ୍ରକଟି ବ୍ରିଜ୍ ତଳକୁ ଖସି ପଡ଼ିଥିଲା । ଖବର ପାଇ ଘଟଣା ସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଆହତଙ୍କ ମଧ୍ୟରେ କାର ଡ଼୍ରାଇଭର, ଟ୍ରକ୍ ଡ୍ରାଇଭରଙ୍କ ସମେତ ଦୁଇଜଣ ମହିଳା ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.