ସ୍ତ୍ରୀ, ନବଜାତ ପୁଅକୁ ଦେଖିବାକୁ ଗଲା ବେଲେ ପିଟିଲା ଟ୍ରକ୍, 2 ମୃତ

ଶ୍ୱଶୁର ଘରେ ଥିବା ସ୍ତ୍ରୀ ଓ ନବଜାତ ପୁଅକୁ ଦେଖିବାକୁ ଯାଉଥିବା ବେଳେ ଦଲଦଲି ଛକ ନିକଟରେ ଗୋଟିଏ ଟ୍ରକ ତାଙ୍କ ବାଇକ ଆସି ଧକ୍କା ଦେଇଥିଲା ।  ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

ନୂଆପଡ଼ା: ପହିଲି ରଜରେ ରାଜ୍ୟର ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା 2 ଜୀବନ । ନୂଆପଡ଼ା ଜିଲ୍ଲା ଦଲଦଲି ଛକରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଶ୍ୱଶୁର ଘରେ ଥିବା ସ୍ତ୍ରୀ ଓ ନବଜାତ ପୁଅକୁ ଦେଖିବାକୁ ଯାଉଥିବା ବେଳେ ଦଲଦଲି ଛକ ନିକଟରେ ଗୋଟିଏ ଟ୍ରକ ତାଙ୍କ ବାଇକ ଆସି ଧକ୍କା ଦେଇଥିଲା ।  ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ  ବୌଦ୍ଧ ଖଜୁରିପଡ଼ା ନିକଟରେ ବୋଲେର ଟ୍ରକ ମୁହାଁମୁହିଁ ଧକ୍କା । ବୋଲେରୋରେ ଯାଉଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଛନ୍ତି ଏବଂ 3 ଜଣ ଗୁରୁତର ଅଛନ୍ତି  । ମୃତକ ହେଲେ ବରଗଡ଼ ଜିଲ୍ଲା ସରଣ୍ଡା ଗାଁର ଟୁନା ପ୍ରଧାନ । ଜଗନ୍ନାଥଙ୍କ ଦର୍ଶନ ସାରି ପୁରୀରୁ ଫେରିଥିବା ବେଳେ ଘଟିଥିଲା ଦୁର୍ଘଟଣା । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।