ରେଢ଼ାଖୋଲ: ଦିନକୁ ଦିନ ବଢ଼ିବାରେ ଲାଗିଛି ସଡକ ଦୁର୍ଘଟଣା। ସେହିପରି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ନିକଟରେ। ରେଢ଼ାଖୋଲ ନିକଟସ୍ଥ 55ନଂ ଜାତୀୟ ରାଜପଥ ଲୁହାପଙ୍କ ନିକଟରେ ଏହି ଦୁର୍ଘଟଣାଟି ଘଟିଛି।
ଯେଉଁଥିରେ ଗୋଟିଏ ବସକୁ ପଛରୁ ପିଟିଛି ଟ୍ରକ। ଏହି ବସଟି ଛେଣ୍ଡିପଦାରୁ ସମ୍ବଲପୁର ଯାଉଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଛି। ଯେଉଁଥିରେ 20ଜଣ ଆହତ ହେବା ସହ 5ଜଣ ବହୁତ ଗୁରୁତର ଅଛନ୍ତି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।