ଟ୍ରମ୍ପଙ୍କ ହ୍ୱାଇଟ ହାଉସ ପ୍ରବେଶ ପରେ ରୋଷେଇଆଙ୍କ ବଢିଲା ଚିନ୍ତା

ନୂଆଦିଲ୍ଲୀ- ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ହେବା ପରେ ତାଙ୍କ ଖାଦ୍ୟାଭ୍ୟାସକୁ ନେଇ ଚର୍ଚ୍ଚା । ହ୍ୱାଇଟ ହାଉସର ରୋଷେଇଆ ଚିନ୍ତାରେ । କୁହାଯାଏ, ଟ୍ରମ୍ପଙ୍କର ନାହିଁ ଜିଭ ଉପରେ ନିୟନ୍ତ୍ରଣ । ଅନ୍ୟ ରାଷ୍ଟ୍ରପତିଙ୍କ ପରି ସେ ନୁହଁନ୍ତି । ତାଙ୍କ ଏହି ଅଭାସ ପାଇଁ ହ୍ୱାଇଟ ହାଉସର ଫୁଟ ପ୍ରୋଟୋକଲର ହୋଇଛି ଉଲ୍ଲଙ୍ଘନ । ଏମିତି କି ବାହାରୁ ତାଙ୍କ ପାଇଁ ଖାଦ୍ୟ ଅଣାଯାଉଥିଲା ବିଗତ ରାଷ୍ଟ୍ରପତି ଥିବା ସମୟରେ ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହେଉଛି ଆମେରିକା । ତାର ରାଷ୍ଟ୍ରପତିଙ୍କ ଜୀବନ ଶୈଳୀରେ ରହିଛି ଅନେକ କଟକଣା । ତାଙ୍କ ଖାଦ୍ୟ ରୋଷେଇ ହେବା ପରେ ସେସବୁର ହୁଏ କଡା ଯାଞ୍ଚ, ତା ପରେ ତାକୁ ରାଷ୍ଟ୍ରପତି ଗ୍ରହଣ କରନ୍ତି । ତେବେ ଟ୍ରମ୍ପଙ୍କ ଖାଦ୍ୟ ଅଭ୍ୟାସକୁ ନେଇ ତାଙ୍କ ପୂର୍ବତନ ଫିଜିସିଆନ ଡା ରାନି ଜେକ୍ସନ କହିଥିଲେ କି, ଟ୍ରମ୍ପଙ୍କ ଡାଏଟକୁ ସନ୍ତୁଳିତ ରଖିବାକୁ ତାଙ୍କ ଖାଦ୍ୟରେ ପନିପରିବା ମିଶାଇ ଦେଉଥିଲେ । ଡା ରାନି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଟ୍ରମ୍ପଙ୍କର ଶାରୀରିକ ବ୍ୟାୟାମ କମ । ତେଣୁ ତାଙ୍କ ଡାଇଟରୁ ଜବରଦସ୍ତି ଆଇସକ୍ରିମ କମ କରାଯାଇଥିଲା, ଏଥିସହ ଆଳୁରେ ପରିବା ମିଶାଇ ଦିଆଯାଉଥିଲା ।

ରାନି କହିଛନ୍ତି, ସେ ତାଙ୍କ କାର୍ଯ୍ୟକାଳ ଭିତରେ ୪ ଜଣ ରାଷ୍ଟ୍ରପତିଙ୍କ ସହ କାମ କରିଛନ୍ତି । କିନ୍ତୁ ଟ୍ରମ୍ପଙ୍କ ଖାଦ୍ୟାଭ୍ୟାସ ଅନ୍ୟମାନଙ୍କଠାରୁ ଅଲଗା । ତେବେ ୬.୩ ପୁଟର ଟ୍ରମ୍ପଙ୍କ ଓଜନ ୧୦୦ କିଲୋରୁ ଅଧିକ ହେବ । ସେ ଜଙ୍କ ଫୁଡ ଖାଇବାକୁ ଅଧିକ ପସନ୍ଦ କରନ୍ତି । ପ୍ରୋଟୋକଲ ପାଳିବାକୁ ରୋଷେଇଆଙ୍କୁ ନିର୍ଦ୍ଦେଶ ଥିବା ବେଳେ ତାର ବିରୋଧରେ ଯାଇ ଅନେକ ସମୟରେ ଟ୍ରମ୍ପଙ୍କ ପାଇଁ ରୋଷେଇ କରିବାକୁ ହୋଇଥାଏ । ଏମିତି କି ବହୁ ସମୟରେ ବାହାରୁ ମଧ୍ୟ ଖାଦ୍ୟ ମଗାଯାଇଥାଏ ।