ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା: ଥରିଲାଣି ଟ୍ରମ୍ପଙ୍କ ଛାତି; ଆମେରିକାରେ ରାଷ୍ଟ୍ରୀୟ ଶୋକ,ହ୍ୱାଇଟ୍ ହାଉସରେ ବ୍ୟାପକ ସୁରକ୍ଷା
ହଠାତ୍ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଲେ। ରବିବାର ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଆମେରିକାର ସମସ୍ତ ଆମେରିକୀୟ ପତାକା ଅର୍ଦ୍ଧନମିତ ରଖିବାକୁ ନିର୍ଦ୍ଦେଶ ।
ୱାଶିଂଟନ: ଗୁରୁବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏବଂ ଜଣେ ଦକ୍ଷିଣପନ୍ଥୀ କର୍ମୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବାବେଳେ ଏ ଘଟଣା ଘଟିଥିବା କୁହାଯାଉଛି ।
ରାଷ୍ଟ୍ରପତି ଟ୍ରମ୍ପ ଚାର୍ଲି କିର୍କଙ୍କ ହତ୍ୟା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଟ୍ରମ୍ପ ଆମେରିକାରେ ଜାତୀୟ ଶୋକ ଘୋଷଣା କରିଛନ୍ତି।
ଜାତୀୟ ଶୋକ
କିର୍କ ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ବିତର୍କରେ ଅଂଶଗ୍ରହଣ କରୁଥିଲେ। ଏହି ସମୟରେ ସେ ଏକ ତମ୍ବୁ ତଳେ ମାଇକ୍ ଧରି ଭାଷଣ ଦେଉଥିଲେ, ସେତେବେଳେ ହଠାତ୍ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଲେ।
ଗୁଳିଟି କିର୍କଙ୍କ ବେକରେ ବାଜିଲା। ଗୁଳି ବାଜିବା ମାତ୍ରେ କିର୍କ ତଳେ ପଡ଼ିଗଲେ ଏବଂ ରକ୍ତସ୍ରାବ ଆରମ୍ଭ ହୋଇଗଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଏଠାରେ ଡାକ୍ତରମାନେ କିର୍କଙ୍କୁ ମୃତ ଘୋଷଣା କରିଥିଲେ।
ଟ୍ରମ୍ପଙ୍କ ଦୁଃଖ
ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ କିର୍କଙ୍କ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, “ମହାନ ଚାର୍ଲି କିର୍କ ଆଉ ଏହି ଦୁନିଆରେ ନାହାନ୍ତି।
ଆମେରିକୀୟ ଯୁବକମାନଙ୍କୁ ତାଙ୍କଠାରୁ ଭଲ ଭାବରେ କେହି ବୁଝି ନଥିଲେ। ସମସ୍ତେ ତାଙ୍କୁ ଭଲ ପାଆନ୍ତି, ସମ୍ମାନ କରନ୍ତି, ମେଲାନିଆ ଏବଂ ମୁଁ ତାଙ୍କ ପତ୍ନୀ ଏରିକା ଏବଂ ସମଗ୍ର ପରିବାର ପ୍ରତି ଆମର ସମବେଦନା ପ୍ରକାଶ କରୁଛୁ।”
ପତାକା ଅର୍ଦ୍ଧନମିତ
ଚାର୍ଲିଙ୍କ ସମ୍ମାନାର୍ଥେ ଆମେରିକୀୟ ପତାକା ତଳକୁ ରହିବ।
ଟ୍ରମ୍ପ ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, “ଚାର୍ଲି କିର୍କ ଜଣେ ପ୍ରକୃତ ମହାନ ଆମେରିକୀୟ ଦେଶଭକ୍ତ ଥିଲେ। ତାଙ୍କ ସମ୍ମାନାର୍ଥେ, ମୁଁ ରବିବାର ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଆମେରିକାର ସମସ୍ତ ଆମେରିକୀୟ ପତାକା ଅର୍ଦ୍ଧନମିତ ରଖିବାକୁ ନିର୍ଦ୍ଦେଶ ଦେଉଛି।”
ଚାର୍ଲି କିର୍କଙ୍କ ହତ୍ୟା ପରେ ହ୍ୱାଇଟ୍ ହାଉସ୍ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସେୟାର କରିଛି। ଏହା ମାଧ୍ୟମରେ ଟ୍ରମ୍ପ କହିଛନ୍ତି, “ମୁଁ ସମସ୍ତ ଆମେରିକୀୟଙ୍କୁ ଚାର୍ଲି କିର୍କ ଯେଉଁ ଆମେରିକୀୟ ମୂଲ୍ୟବୋଧ ପାଇଁ ଜୀବନ ଦେଇଥିଲେ ସେହି ଆମେରିକୀୟ ମୂଲ୍ୟବୋଧକୁ ଗ୍ରହଣ କରିବାକୁ ଅନୁରୋଧ କରୁଛି।