‘WHO ଆମ ସହ ପକ୍ଷପତିତା କରିଛି’, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଛାଡିବା ପାଇଁ ଆମେରିକାକୁ ଟ୍ରମ୍ପଙ୍କ ନିର୍ଦ୍ଦେଶ
ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ମାତ୍ରେ ଅନେକ କାର୍ଯ୍ୟକାରୀ ନିର୍ଦ୍ଦେଶକୁ ନେଇ ଦସ୍ତଖତ କରିଛନ୍ତି। ଏହି ନିର୍ଦ୍ଦେଶରେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ବାହାରିବା ମଧ୍ୟ ସାମିଲ ରହିଛି।
ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ନିଜ ଶପଥ ଗ୍ରହଣର କିଛି ଘଣ୍ଟା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ବାହାରିବା ବୋଲି ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ସମୟରେ ଏହି ସଂଗଠନ ଉପରେ ଟ୍ରମ୍ପ ଅଧିକ ଟାର୍ଗେଟ କରୁଥିଲେ।
ହ୍ୱାଇଟ ହାଉସରେ ଏହି ନିର୍ଦ୍ଦେଶରେ ଦସ୍ତଖସ୍ତ କରି ଟ୍ରମ୍ପ କହିଛନ୍ତି ଯେ, ଆମେରିକା ସହ ଡବ୍ଲୁଏଚଓ ପକ୍ଷପାତ କରୁଛି। ଏଠାରେ ଚୀନକୁ ଗୁରୁତ୍ୱ ଦିଆଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆମ ସହ ପ୍ରତାରଣା କରିଛି।
ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରକଟ କଲେ ଚିନ୍ତା: ରାଷ୍ଟ୍ରପତି ଟ୍ରମ୍ପ ସୋମବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ବାହାରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଏଭଳି ଏକ ପଦକ୍ଷେପ ଯାହା ବିଷୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ବିଶ୍ୱର ସ୍ୱାସ୍ଥ୍ୟ ନେତା ଭାବରେ ଦେଶର ସ୍ଥିତିକୁ ଦୁର୍ବଳ କରିବ ଏବଂ ପରବର୍ତ୍ତୀ ମହାମାରୀ ସହ ଲଢିବାକୁ କଠିନ କରିଦେବ।
ଟ୍ରମ୍ପ ଏହି କାରଣକୁ ଦାୟୀ କରିଛନ୍ତି: ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଅନେକ କାରଣକୁ ଦାୟୀ କରିଛନ୍ତି। ଏଥିରେ ଡବ୍ଲୁଏଚଓର କୋଭିଡ-୧୯ ମହାମାରୀ ସମୟରେ କରିଥିବା ତ୍ରୁଟି ଏବଂ ଅନେକ ସଂଶୋଧନର ବିଫଳତାକୁ ଦର୍ଶାଇଛନ୍ତି।
ସେ କହିଛନ୍ତି ଯେ, ଆମେରିକାଠାରୁ ଅନାବଶ୍ୟକ ଭାବେ ଅଧିକ ପେମେଣ୍ଟର ଦାବି କରିଛନ୍ତି ଡବ୍ଲୁଏଚଓର ଏଜେନ୍ସି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଏଜେନ୍ସିମାନଙ୍କ ପାଇଁ ଚୀନ କମ ପେମେଣ୍ଟ କରିଛି।
ଡୋନାଲ୍ଡ ଟ୍ରମ୍ପ ଗତକାଲି ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦୁନିଆର ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀଗୁଡିକର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଉପସ୍ଥିତ ଥିଲେ।