ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓଭାଲ୍ ଅଫିସରୁ ରୁଷୀୟ ପ୍ରତିପକ୍ଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଆମେରିକା ସମୟ ସକାଳ ୧୦:୦୦ ଟାରେ କଥା ହୋଇଥିବା ହ୍ୱାଇଟ୍ ହାଉସ୍ ନିଶ୍ଚିତ କରିଛି। ରାଷ୍ଟ୍ରପତିଙ୍କ ସହାୟକ ଏବଂ ହ୍ୱାଇଟ୍ ହାଉସ୍ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ କହିଛନ୍ତି ଯେ “କଲ୍ ଭଲ ଚାଲିଛି, ଏବଂ ଏପର୍ଯ୍ୟନ୍ତ ଜାରି ରହିଛି।”
ଗତ ସପ୍ତାହରେ, ୟୁକ୍ରେନୀୟ ଅଧିକାରୀମାନେ ସାଉଦି ଆରବରେ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ନେତୃତ୍ୱରେ ଆଲୋଚନା ପରେ ଆମେରିକୀୟ ପ୍ରସ୍ତାବଗୁଡ଼ିକ ସହ ରାଜି ହୋଇଥିଲେ। ତଥାପି, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବେ ବି ସନ୍ଦେହ କରୁଛନ୍ତି ଯେ ପୁଟିନ ଶାନ୍ତି ପାଇଁ ପ୍ରସ୍ତୁତ କି ନାହିଁ କାରଣ ରୁଷୀୟ ସୈନ୍ୟବାହିନୀ ଏବେ ବି ୟୁକ୍ରେନକୁ ଟାର୍ଗେଟ କରୁଛନ୍ତି।
ତେବେ ସୋମବାର, ଟ୍ରମ୍ପ ଆଶ୍ୱାସନା ଦେଇଥିଲେ ଯେ ତିନି ବର୍ଷ ଧରି ଯୁଦ୍ଧ ସମୟରେ ଜବତ ହୋଇଥିବା ଜମି ଏବଂ ବିଦ୍ୟୁତ୍ ପ୍ଲାଣ୍ଟ ବିଷୟରେ ଆଲୋଚନା କରିବେ।