ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ: “ଆମକୁ ଆକ୍ରମଣ କଲେ ଛାଡ଼ିବୁନି”
ଇରାନକୁ ଧମକ ଦେଲେ ଆମେରିକା ରାଷ୍ଟ୍ରପତି । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ । “ଆମକୁ ଆକ୍ରମଣ କଲେ ଛାଡ଼ିବୁନି ।
ୱାଶିଂଟନ: ଇରାନକୁ ଧମକ ଦେଲେ ଆମେରିକା ରାଷ୍ଟ୍ରପତି । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ । “ଆମକୁ ଆକ୍ରମଣ କଲେ ଛାଡ଼ିବୁନି । ଆମକୁ ଆକ୍ରମଣ କଲେ ଆମେରିକୀୟ ସେନା ନିଜର ଶକ୍ତି ଦେଖାଇବ”ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ସେନାର ପୁରା ଶକ୍ତି ଇରାନଙ୍କୁ ଧ୍ବଂସ କରିଦେବ ବୋଲି ଡୋନାଲ୍ଡ ଟ୍ରମ୍ପ ଚେତାବନି ଦେଇଛନ୍ତି ।
ଇରାନ ଉପରେ ରାତାରାତି ହୋଇଥିବା ଆକ୍ରମଣ ସହ ଆମେରିକାର କୌଣସି ସଂମ୍ପର୍କ ନାହିଁ । ଯଦି ଆମେରିକା ଉପରେ ଇରାନ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ଆମେରିକାର ସଶକ୍ତ ବାହିନୀ ଏହାର ସମ୍ପୁର୍ଣ୍ଣ ଶକ୍ତି ସହ ମଇଦାନକୁ ଓହ୍ଲାଇବେ । ଏଭଳି ଆକ୍ରମଣ ପୂର୍ବରୁ ଇରାନ କେବେ ଦେଖିନଥିବ ବୋଲି କହି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଏହା ସହ କହିଛନ୍ତି ଯେ, ସହଜରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚୁକ୍ତି କରି ରକ୍ତାକ୍ତ ସଙ୍ଘର୍ଷକୁ ଶେଷ କରିପାରିବେ ।