fbpx

କିପରି ଖସିବ ଭାଙ୍ଗ ନିଶା? ଘରେ ଥିବା ଜିନିଷରେ ଏହି ଉପାୟ କରି କମାନ୍ତୁ

ନୂଆଦିଲ୍ଲୀ: ହୋଲି ଉତ୍ସବ ଭାରତରେ ୨୫ ମାର୍ଚ୍ଚରେ ପାଳନ କରାଯିବ । ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । ତେବେ ଏହି ମହୋତ୍ସବରେ ପଣା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିସହ ଭାଙ୍ଗ ଯୁକ୍ତ ପଣା ହୋଲିରେ ସବୁଠାରୁ ଫେମସ । ଏହାର ନିଶା ଥରେ ଯଦି ମୁଣ୍ଡକୁ ଚଢିଗଲା ତେବେ ଏହାକୁ କାବୁ କରିବା ସବୁଠାରୁ କଷ୍ଟକର । ଭାଙ୍ଗର ନିଶା ଅଧିକ ହୋଇଗଲେ ଏପରି ଲାଗେ ଦୁନିଆଟା ଚାରିପଟେ ଘୁରୁଛି । ତେବେ ଆପଣ ଭାଙ୍ଗର ନିଶାକୁ କଣ୍ଟ୍ରୋଲ କରିବା ପାଇଁ କିଛି ଘରୋଇ ଉପାୟ ଆପଣେଇ ପାରିବେ । ଆସନ୍ତୁ ଜାଣିବା କିପରି କମାଇବେ..

ତେନ୍ତୁଳି: ଭାଙ୍ଗ ନିଶା ଖସାଇବାକୁ ତେନ୍ତୁଳି ବହୁତ ଉପଯୋଗୀ ଅଟେ । ପାଣିରେ ତେନ୍ତୁଳି ମିଶାଇ ଫୁଟାନ୍ତୁ ଏଥିରେ ଗୁଡ଼ ମଧ୍ୟ ମିଶାନ୍ତୁ । ଏହାପରେ ଆପଣ ଏହି ପାଣିକୁ ପିଅନ୍ତୁ । ଏହାପରେ ଦେଖିବେ ଭାଙ୍ଗର ନିଶା ଧିରେ ଧିରେ କମିଯିବ ।

ଯଦି ଜଣେ ଅଧିକ ଭାଙ୍ଗ ଖାଇ ଶୋଇପଡିଛି, ସେହି ସମୟରେ ତାକୁ କିଛି ଖୁଆଇବା କି ପିଆଇବା ସମ୍ଭବ ହୋଇନଥାଏ । ତେଣୁ ଆପଣ ତାଙ୍କ କାନରେ ଗରମ ସୋରିଷ ତେଲ ପକାଇପାରିବେ । ଏଥିରେ ସେହି ବ୍ୟକ୍ତିଙ୍କର ହୋସ ଆସିଯିବ ।

ଘିଅ: ଯଦି କୌଣସି ବ୍ୟକ୍ତିଙ୍କୁ ଭାଙ୍ଗ ନିଶା ଅଧିକ ହୋଇଯାଇଛି ତେବେ ତାଙ୍କୁ ଘିଅ ପିଆଇ ଦିଅନ୍ତୁ । ଏଥିରେ ଭାଙ୍ଗର ନିଶା କମିଯାଏ । ଯଦି ଘରେ ଘିଅ ନାହିଁ ତେବେ ଆପଣ ଲହୁଣି ଖୁଆଇପାରିବେ ।
ନୋଟ: ଭାଙ୍ଗ ଖାଇଥିବା ଲୋକଙ୍କୁ ଭୁଲରେ ମିଠା ଦିଅନ୍ତୁ ନାହିଁ । ଏହା ମସ୍ତିସ୍କରେ ଖୁବ ଶିଘ୍ର କବଜା କରିନିଏ ।

Get real time updates directly on you device, subscribe now.