fbpx

ନେପାଳରେ ଫସିଛନ୍ତି ପର୍ବତାରୋହୀ ସାଙ୍ଗ-ୟିନ୍-ହଙ୍ଗ୍, ଘରକୁ ଫେରିବାକୁ କରୁଛନ୍ତି ସଂଘର୍ଷ

ନୂଆଦିଲ୍ଲୀ: ଏଭରେଷ୍ଟ ଗିରିଶୃଙ୍ଗର ଶୀର୍ଷ ଛୁଇଁ ନୂଆ ରେକର୍ଡ କରିଥିବା ହଂକଂ ବାସିନ୍ଦା ସାଙ୍ଗ-ୟିନ୍-ହୁଙ୍ଗ ଏବେ ଚୀନର ଅନ୍ୟ ପର୍ବତାରୋହୀଙ୍କ ସହିତ ନେପାଳରେ ଫସିଛନ୍ତି । କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ନେପାଳରୁ ଆସିଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ହଂକଂ ଓ ଚୀନ୍, ଯାହା ଫଳରେ ଘରକୁ ଆସିବାକୁ ସଂଘର୍ଷ କରୁଛନ୍ତି ସାଙ୍ଗ-ୟିନ୍-ହୁଙ୍ଗ ।

ତେବେ ନେପାଳରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଭରେଷ୍ଟର ବେସ୍ କ୍ୟାମ୍ପରେ ସଂକ୍ରମିତ ହେବାର ସୂଚନା ମିଳିଥିଲା । ଏହି କାରଣରୁ ଅନେକ ଦେଶ ସେଠାରୁ ଯାତ୍ରା କରିବା ବନ୍ଦ କରିଛନ୍ତି । ନେପାଳରେ ଦୈନିକ ସଂକ୍ରମଣ ହାର ୨୪%ରୁ ଅଧିକ ରହିଛି, ଯାହାକି ବିଶ୍ୱର ସବୁଠାରୁ ଅଧିକ । ଏଭରେଷ୍ଟରେ ଆରୋହଣର ମୌସମ ଆରମ୍ଭ ହେବା ମାତ୍ରେ ଯାତ୍ରା ପ୍ରତିବନ୍ଧକ ଲାଗୁ କରାଯାଇଥିଲା ।

ଗତ ମାସରେ ୨୫ ଘଣ୍ଟା ୫୦ ମିନିଟରେ ଏଭରେଷ୍ଟ ପର୍ବତ ଉପରକୁ ଚଢ଼ିଥିବା ୪୪ ବର୍ଷୀୟା ସାଙ୍ଗ-ୟିନ୍-ହୁଙ୍ଗ କହିଛନ୍ତି ଯେ, ଘରକୁ ଫେରିବା ୮,୮୪୮.୮୬ ମିଟର (୨୯,୦୩୨ ଫୁଟ) ଶିଖରକୁ ଚଢ଼ିବା ଅପେକ୍ଷା ଅଧିକ କଷ୍ଟକର ମନେହେଉଛି ।

Get real time updates directly on you device, subscribe now.