ବନ୍ଦେ ଭାରତରୁ ଉଦ୍ଧାର ହେଲା ଟିଟିଇଙ୍କ ମୃତଦେହ, କେମିତି ହେଲା ମୃତ୍ୟୁ?

ଭୁବନେଶ୍ବର: ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସରୁ ଟିଟିଇଙ୍କ ମୃତଦେହ ଉଦ୍ଧାର । ତେବେ ସନ୍ଦେହ ଘେରରେ ରହିଛି ତାଙ୍କର ମୃତ୍ୟୁ । ବନ୍ଦେ ଭାରତ ଏକ୍ସପ୍ରେସ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିବାରୁ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ ଟିଟିଇ ହେଲେ ଛତିଶଗଡ ଭାଟାପଡାର ରାଜେନ୍ଦ୍ର କୁମାର ନିର୍ମଳ କର ।

ସୂଚନା ଅନୁସାରେ, ରାଜେନ୍ଦ୍ର ରାଇପୁର ଷ୍ଟେସନରେ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଚଢିଥିଲେ । ଏହାପରେ ଖରିଆର ରୋଡ ନିକଟରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ହଠାତ୍ ତଳେ ପଡିଯାଇଥିଲେ । ତେବେ ଟ୍ରେନଟି ଟିଟିଲାଗଡରେ ଅଟକିବାରୁ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାକୁ ଖବର ଦେବା ସହିତ ତଦନ୍ତ ଆରମ୍ଭ କରିଛି । କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହେଲା ସେନେଇ କୌଣସି ସ୍ପଷ୍ଚ ସୂଚନା ମିଳିପାରିନଥିବା ବେଳେ ସବୁ ଦିଗକୁ ଆଖି ଆଗରେ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ରାଜେନ୍ଦ୍ରଙ୍କ ପରିବାରକୁ ଖବର ଦିଆଯାଇଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।