fbpx

ପୂରଣ ହେବାକୁ ଯାଉଛି ଆକାଶରେ କାର୍ ଉଡାଇବାର ସ୍ୱପ୍ନ, ଆରମ୍ଭ ହେଲା Flying Car ର ବିକ୍ରି, ଜାଣନ୍ତୁ ମୂଲ୍ୟ

ନୂଆଦିଲ୍ଲୀ: ତୁର୍କୀର ଏକ ନୂଆ ଟେକ୍ନୋଲୋଜୀ ସାରା ଦୁନିଆକୁ ଚକିତ କରିଛି। ଦେଶରେ ଉଡୁଥିବା କାରର ନିର୍ମାଣ ଆରମ୍ଭ କରିସାରିଛି, ଯାହା ଆଗାମୀ ସମୟରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି କାର ରାସ୍ତାରେ ଚାଲିବା ସହ ଆକାଶରେ ମଧ୍ୟ ଉଡିପାରିବ। ଏହି କାର ଗୁଡିକ ସ୍ପେଶାଲ ଟେକ୍ନୋଲୋଜୀ ଏବଂ ଇଞ୍ଜିନିୟରିଂ ସାହାଯ୍ୟରେ ନିର୍ମାଣ କରାଯାଇଛି।

ତୁର୍କୀର ଏହି ନୂଆ ଉଡୁଥିବା କାରକୁ ଏକ ଏୟାରସ୍ପେସ କମ୍ପାନୀ  AirCar  ନୂଆ ଡିଜାଇନ ଏବଂ ଟେକ୍ନୋଲୋଜୀକୁ ଧ୍ୟାନରେ ରଖି ତିଆରି କରିଛି। ଏହାର ମୁଖ୍ୟ କାମ ସହରମାନଙ୍କରେ ଟ୍ରାଫିକ ଜାମକୁ କମ କରିବା ଏବଂ ଲୋକଙ୍କ ସମୟକୁ ସଞ୍ଚୟ କରିବା। ତୁର୍କୀ ବେସ୍‌ଡ କମ୍ପାନୀ AirCar  ବର୍ଷରେ ଶେଷ ପର୍ଯ୍ୟନ୍ତ ମିଳୁଥିବା ଫ୍ଲାଇଙ୍ଗ କାରର ଫ୍ରି ସେଲ ଆରମ୍ଭ କରିସାରିଛି।

ସୂଚନାନୁଯାୟୀ, ଏହି ଫ୍ଲାଇଙ୍ଗ କାରର ମୂଲ୍ୟ ୨ ଲକ୍ଷରୁ ୨.୫ ଲକ୍ଷ ଡଲାର (୧.୬୭ କୋଟି ଟଙ୍କା) ଅଟେ। ଏହି ଗାଡିର ଟେକ୍ନୋଲୋଜୀ ଏବଂ ଡିଜାଇନ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି କାର ଫ୍ଲାଇ ମୋଡ ଏବଂ ଡ୍ରାଇଭ ମୋଡକୁ ସହଜରେ ସୁଇଚ କରିପାରିପାରିବ। AirCar ର ଫାଉଣ୍ଡର କହିଛନ୍ତି ଯେ, ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଟେଷ୍ଟିଙ୍ଗ ଫ୍ଲାଇଟ୍ସ ହୋଇସାରିଛି। ଏହାର ପ୍ରଥମ ଉଡାଣ ୨୦୨୫ରେ ହେବ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.