fbpx

ଲାଇଟ୍ କଲର କପଡାରେ ଲାଗିଯାଇଛି କି ହଳଦୀ ଦାଗ? ଏହି ୪ ସହଜ ଉପାୟରେ ଛଡାନ୍ତୁ

Advertisement

ଓଡ଼ିଶା ଭାସ୍କର: ହଳଦୀ ରଙ୍ଗ ବହୁତ ଗାଢ ହୋଇଥାଏ । ଏହା କପଡାରେ ଲାଗିଗଲେ ସହଜରେ ଛାଡେ ନାହିଁ । ଯେତେବେଳେ ଧଳା ପୋଷାକରେ ହଳଦୀ ଲାଗିଯାଏ ତେବେ ଏହାକୁ ଛଡାଇବା ବହୁତ କଷ୍ଟ ହୋଇଥାଏ । ଏହି କ୍ରମରେ ଆମେ ଆପଣଙ୍କୁ କିଛି ସହଜ ଉପାୟ କହୁଛୁ ଯାହାର ପ୍ରୟୋଗ କରି ଆପଣ କପଡାରୁ ହଳଦୀ ରଙ୍ଗ ଛଡାଇ ପାରିବେ ।
ଭିନେଗାର: ଏହା କେବଳ ଖାଦ୍ୟର ସ୍ୱାଦ ବଢାଇବାକୁ ବ୍ୟବହାର କରାଯାଏନି ବରଂ ପୋଷାକ ସଫା କରିବାକୁ ମଧ୍ୟ ଏହା ବ୍ୟବହାର କରାଯାଇପାରିବ । ଭିନେଗାରକୁ ଲିକ୍ୱିଡ୍ ସପ୍ ସହ ମିଶାଇ ଓ ଯେଉଁଠି ହଳଦୀ ଦାଗ ଲାଗିଛି ସେଠାରେ ଏହାକୁ ଲଗାଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ କପଡାକୁ ଧୋଇ ଦିଅନ୍ତୁ ।
ଟୁଥ୍‌ପେଷ୍ଟ: ଦାନ୍ତ ସଫା କରିବା ପାଇଁ ଆପଣ ଟୁଥ୍‌ପେଷ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ବହୁ କମ୍ ଲୋକ ଜାଣନ୍ତି କି କପଡାରେ ଗାଢ ଦାଗ ମଧ୍ୟ ଏହା ବ୍ୟବହାର କରି ଛଡାଇ ପାରିବେ । ଏହାକୁ ଦାଗ ଲାଗିଥିବା ସ୍ଥାନରେ ଲଗାଇ ଘସନ୍ତୁ ଓ କିଛି ସମୟ ପରେ ଧୋଇ ଦିଅନ୍ତୁ ।
ଲେମ୍ବୁ:ହଳଦୀ ଦାଗ ଲାଗିଥିବା ସ୍ଥାନରେ ଲେମ୍ବୁ ଲଗାଇ ଘସନ୍ତୁ କିମ୍ବା ଲେମ୍ବୁ ବୁନ୍ଦା ଦାଗ ଉପରେ ପକାଇ ଏହାକୁ ପାଣିରେ ଧୋଇ ଦିଅନ୍ତୁ ।
ଥଣ୍ଡା ପାଣି: ଧଳା କପଡାରେ ହଳଦୀ ଦାଗ ଲାଗିଗଲେ ଏହାକୁ ଥଣ୍ଡା ପାଣିରେ କିଛି ସମୟ ଭିଜାଇ ଦିଅନ୍ତୁ । କିଛି ସମୟ ପରେ ଏହାକୁ ଡିଟରଜେଣ୍ଟରେ ଧୋଇ ଦିଅନ୍ତୁ । ଥଣ୍ଡା ପାଣିରେ ଗାଢ ଦାଗ ବି ଫିକା ପଡିଯାଏ । ବହୁ ଲୋକ ଭାବନ୍ତି ଗରମ ପାଣିରେ ଭିଜାଇବା ଦ୍ୱାରା ଦାଗ ଛାଡିଯାଏ । କିନ୍ତୁ ଏହା ଭୁଲ୍ ଧାରଣା ।

Get real time updates directly on you device, subscribe now.