fbpx

ରାତିରେ ବନ୍ଦ ରଖନ୍ତୁ Wifi Router, ନଚେତ ହୋଇପାରେ ଏହି ସମସ୍ୟା

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ Wifi ସୁବିଧା ଦେଖିବାକୁ ମିଳୁଛି । ଏହା ଦ୍ୱାରା ହାଇସ୍ୱୀଡ୍ ଇଣ୍ଟରନେଟ୍ ମିଳିଥାଏ । ଲାଇଭ୍ଷ୍ଟ୍ରୀମ୍ ଭିଡ଼ିଓ, ଭିଡ଼ିଓ କଲିଂ ଏବଂ ଭିଡ଼ିଓ ଡାଉନଲୋଡିଂ ଭଳି କାର୍ଯ୍ୟ ସହଜ ହୋଇଥାଏ । ଅପରପକ୍ଷରେ ଫୋନ୍ ଇଣ୍ଟରନେଟରେ ଏସବୁ କରିବାର ସୁବିଧା ନଥାଏ । କିନ୍ତୁ ବେଳେ ବେଳେ ରାତିରେ ଶୋଇବା ସମୟରେ ଡସଲସ ଜକ୍ଟଙ୍କଗ୍ଧରକ୍ସ ଅନ୍ ରଖିବା ବିପଦକୁ ନିମନ୍ତ୍ରଣ ଦେଇଥାଏ । ତେଣୁ ରାତିରେ ଡସଲସ ଜକ୍ଟଙ୍କଗ୍ଧରକ୍ସ ଅଫ୍ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି କାରଣ ।

୧. ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା: Wifi Routerରୁ ରେଡ଼ିଓ ତରଙ୍ଗ ନିର୍ଗତ ହୋଇଥାଏ । ଏହା କମ୍ ଫ୍ରିକ୍ୟୁଏନ୍ସି ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ତରଙ୍ଗ ଅଟେ । ଏକ ଗବେଷଣାରୁ ଜଣାପଡ଼ିଛି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ତରଙ୍ଗ ସମ୍ପର୍କରେ ରହିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏହା ଦ୍ୱାରା ମୁଣ୍ଡବିନ୍ଧା, ଥକାପଣ, ଅନିଦ୍ରତା, ଏକାଗ୍ରତା ଏବଂ ସ୍ମରଣଶକ୍ତି ହ୍ରାସ ହେବା ଭଳି ସମସ୍ୟା ଦେଖାଦେଇଥାଏ ।

୨. ବିଦ୍ୟୁତ ସଞ୍ଚୟ: ରାତିରେ Wifi Router ବନ୍ଦ କରି ଶୋଇବା ଦ୍ୱାରା ବିଦ୍ୟୁତ ସଞ୍ଚୟ ହୋଇଥାଏ । ବାର୍ଷିକ ଖର୍ଚ୍ଚରେ ଏହା ଗୁରୁତ୍ୱପୂର୍ଣ୍ଣ ଫରକ ଆଣିପାରେ ।

୩. ସୁରକ୍ଷା: ରାତିରେ Wifi Router ବନ୍ଦ କରିବା ଦ୍ୱାରା Unauthorised access ବିପଦକୁ ହ୍ରାସ କରିଥାଏ । ରାତିରେ Wifi Router ବନ୍ଦ ନଥିଲେ ହ୍ୟାକରମାନେ ଏହାର ଅବୈଧ ଭାବରେ ବ୍ୟବହାର କରିପାରିବେ । ଆପଣ ଠକାମୀର ଶିକାର ମଧ୍ୟ ହୋଇପାରିବେ ।

୪. ସୁନିଦ୍ରା: Wifi Routerରୁ ବାହାରୁଥିବା ରେଡ଼ିଓ ତରଙ୍ଗ ନିଦ୍ରାର ଗୁଣବତ୍ତାକୁ ପ୍ରଭାବିତ କରିଥାଏ । ନିଦ୍ରାହୀନତା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ତେଣୁ ରାତିରେ Wifi Router ବନ୍ଦ କରି ଶୋଇବା ଦ୍ୱାରା ଉତ୍ତମ ନିଦ୍ରା ହୋଇଥାଏ ।

ତେବେ ଏହା ଆପଣଙ୍କ କାର୍ଯ୍ୟ ଉପରେ ନିର୍ଭର କରେ କି ଆପଣ Wifi Router ବନ୍ଦ କରିବାକୁ ଚାହୁଁଛନ୍ତି ନା ଅନ୍ ରଖିବାକୁ ଚାହୁଁଛନ୍ତି ।

Get real time updates directly on you device, subscribe now.